ଓଡ଼ିଶାଲାଇଭ୍‌ ବ୍ୟୁରୋ

ଡିସେମ୍ଵର ୧ରୁ କଡ଼ାକଡ଼ି ହେବ ଟ୍ରାଫିକ ନିୟମ। ଏନେଇ ଆକ୍ସନ ମୋଡ଼ରେ ପୋଲିସ। ୨୪ ଘଣ୍ଟା ମଧ୍ୟରେ ବନ୍ଧା ହୋଇଛନ୍ତି ୧୬୦ ମଦୁଆ ଡ୍ରାଇଭର। ସବୁ ଟୋଲ ଗେଟ୍‌ରେ ଚଢ଼ାଉ କରାଯାଇ ଯାଞ୍ଚ କରାଯାଉଛି।

ରାଜ୍ୟରେ ୧୪ଟି ଟୋଲ ଗେଟ୍‌ ସାଙ୍କରେ ଅନ୍ୟ କିଛି ସ୍ଥାନରେ ଚଢ଼ାଉ କରାଯାଇ ଯାଞ୍ଚ କରାଯାଉଛି। ସମସ୍ତ ଡ୍ରାଇଭରଙ୍କ ବ୍ରେଥ ଆନାଲାଇଜରରେ ଟେଷ୍ଟ ଓ ମେଡାକାଲ ଯାଞ୍ଚ କରାଯାଉଛି।

ଦେଶରେ ସେପ୍ଟେମ୍ଵର ମାସରୁ ଲାଗୁ ହୋଇଥିବା ନୂଆ ଟ୍ରାଫିକ ନିୟମ ଅନୁସାରେ ୧୬୦ ମଦୁଆ ଡ୍ରାଇଭରଙ୍କୁ ଗିରଫ କରାଯାଇଛି। ଗିରଫ ମଦୁଆ ଡ୍ରାଇଭରଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ସର୍ବାଧିକ ୨୭ ଜଣ ରହିଛନ୍ତି।

LEAVE A REPLY

Please enter your comment!
Please enter your name here