ଓଡ଼ିଶାଲାଇଭ୍ ବ୍ୟୁରୋ

ଝାଡଖଣ୍ଡ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଶନିବାର ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ମୋଟ ୬୨.୮୭ ପ୍ରତିଶତ ମତଦାନ ହୋଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ପକ୍ଷରୁ ସୂଚନା ଦିଆଯାଇଛି।

ଝାଡ଼ଖଣ୍ଡରେ ମୋଟ ପାଞ୍ଚଟି ପର୍ଯ୍ୟାୟରେ ନିର୍ବାଚନ ହେବ। ଶନିବାର ଏହାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୬ଟି ଜିଲ୍ଲାର ୧୩ଟି ବିଧାନସଭା ଆସନ ପାଇଁ ମତଦାନ ହୋଇଥିଲା। ଯେଉଁଥିରେ ମୋଟ ୧୮୯ ଜଣ ପାର୍ଥୀଙ୍କ ଭାଗ୍ୟ ଇଭିଏମ୍ ମେସିନରେ ସିଲ୍ ହୋଇଛି।

ଅନ୍ୟପଟରେ ମତଦାନକୁ ପ୍ରଭାବିତ କରିବା ପାଇଁ ନକ୍ସଲମାନେ କେତେକ ସ୍ଥାନରେ ବିସ୍ପୋରଣ କରିଥିଲେ। ହେଲେ ଏହାର ପ୍ରଭାବ ମତଦାନ ଉପରେ ପଡ଼ିନଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ପକ୍ଷରୁ କୁହାଯାଇଛି।

ଆସନ୍ତା ଡିସେମ୍ବର ୭, ୧୨, ୧୬ ଓ ୨୦ରେ ତାରିଖରେ ଝାଡ଼ଖଣ୍ଡରେ ଯଥାକ୍ରମେ ଦ୍ୱିତୀୟ , ତୃତୀୟ, ଚତୁର୍ଥ ଓ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ହେବ। ଡିସେମ୍ବର ୨୩ ତାରିଖରେ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଫଳାଫଳ ବାହାରିବ।

Comment