ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଲିଉଡ ଅଭିନେତା ତଥା ମୋ କଲେଜ୍ ଅଧ୍ୟକ୍ଷ ଆକାଶ ଦାସନାୟକଙ୍କୁ ଆପଣ ସବୁବେଳେ ଫିଟ୍‌ ଆଣ୍ଡ୍‌ ଫାଇନ୍‌ ଦେଖିଥିବେ। ହେଲେ ଜାଣିଛନ୍ତି କି ନିଜକୁ ଫିଟ୍‌ ରଖିବା ପାଇଁ ଆକାଶ କ’ଣ କରନ୍ତି?

ନିକଟରେ ନିଜ ୟୁଟ୍ୟବ୍‌ ଚ୍ୟାନେଲ ‘ଆକାଶ ଇନସ୍ପାୟର୍ସ’ରେ ଏକ ଭିଡିଓ ପୋଷ୍ଟ କରି ଆକାଶ ତାଙ୍କ ଫିଟ୍‌ନେସ୍‌ ମନ୍ତ୍ର ଦେଇଛନ୍ତି।

  • ପ୍ରତିଦିନ ସକାଳୁ ଖାଲିପେଟରେ ଅଧ ଲିଟର ପାଣି ପିଅନ୍ତି ଆକାଶ।
  • ତା’ପରେ ପ୍ରାୟ ୧୫ରୁ ୨୦ ମିନିଟ୍‌ ପ୍ରାଣାୟମ କରନ୍ତି। ଆକାଶଙ୍କ କହିବା କଥା ସକାଳେ ବାତାବରଣ ଭଲ ଥାଏ। ପ୍ରଦୂଷଣ କମ୍‌ ଥାଏ। ଏହି ସମୟରେ ପ୍ରାଣାୟମ କଲେ ସ୍ୱାସ୍ଥ୍ୟ ଉପରେ ଭଲ ପ୍ରଭାବ ପଡ଼ିଥାଏ।
  • ପ୍ରାଣାୟମ କରିବା ପରେ ପ୍ରତିଦିନ ଜିମ୍‌ ଯାଆନ୍ତି ଆକାଶ। ଯଦି କୌଣସି ଦିନ ଜିମ୍‌ ନଯାଇ ପାରିଲେ ତେବେ ଘରେ ପ୍ରାୟ ୩୦ ମିନିଟ୍‌ ବ୍ୟାୟାମ କରିନ୍ତି।

ଆକାଶଙ୍କ ଫିଟନେସ୍‌ର ରାଜ ହେଉଛି ତାଙ୍କ ସକାଳର ସ୍ପେଶାଲ ଚା’, ଯାହା ହଳଦୀ, ମହୁ, ଲେମ୍ବୁ, ଅଦାରେ ତିଆରି ହୋଇଥାଏ।

ଆକାଶଙ୍କ କହିବା କଥା ଲେମ୍ବୁ ଓଜନ କମାଇବାରେ ସାହାଯ୍ୟ କରେ। ମହୁରେ ବହୁ ଔଷଧୀୟ ଗୁଣ ଥାଏ, ଯାହା ଆମ ହାର୍ଟକୁ ସୁସ୍ଥ ରଖେ। ହଳଦୀରେ ପ୍ରଚୁର ପରିମାଣ ଆଣ୍ଟି ଅକ୍ସିଡାଣ୍ଟ ଥାଏ। ଯେଉଁମାନଙ୍କର ଆଣ୍ଠୁ ଗଣ୍ଠି ସମସ୍ୟା ଥାଏ ସେମାନଙ୍କ ପାଇଁ ଅଦା ବେଶ ଲାଭଦାୟକ।

 ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଗୋଟିଏ କପ୍‌ ପାଣିରେ ଅଧ ଚାମଚ ହଳଦୀ, ଅଧ ଇଞ୍ଚ୍‌ ଅଦା ପକାଇ ଫୁଟାନ୍ତୁ। ଫୁଟିଗଲା ପରେ ଫୁଟାପାଣିକୁ ଗୋଟିଏ ଗ୍ଲାସରେ ରଖନ୍ତୁ। ୨ ମିନିଟ ପରେ ଏହି ପାଣିରେ ଟିକିଏ ମହୁ, ଲେମ୍ବୁ ରସ ପକାଇ ପିଅନ୍ତୁ। ଏହା ଆପଣଙ୍କୁ ଫିଟ୍‌ ରଖିବାରେ ସାହାଯ୍ୟ କରିବ।

Comment