ଓଡ଼ିଶାଲାଇଭ୍‌ ବ୍ୟୁରୋ

ସମୁଦ୍ରରେ ବୁଡ଼ିଗଲା ଟ୍ରଲର। ଏଥିରେ ୭ ଜଣ କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏପରି ଅଘଟଣ ଘଟିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ଦେବୀ ମୁହାଣରେ। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଟ୍ରଲର ସମୁଦ୍ରରେ ବୁଡ଼ି ଯାଇଥିବା ସୂଚନା ମିଳିଛି।

ଟ୍ରଲରଟି ସମୁଦ୍ର ମଧ୍ୟରେ ଥିବା ବେଳେ ହଠାତ୍‌ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା। ଫଳରେ ଟ୍ରଲର ବୁଡ଼ି ଯାଇଥିଲା। ଏଥିରେ ଥିବା ୭ ଜଣ କର୍ମଚାରୀ ବୁଡ଼ି ଯାଉଥିବା ବେଳେ ଅନ୍ୟ ମତ୍ସଜୀବୀମାନେ ତାଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲେ।

Comment