ଗାୟତ୍ରୀ ଦାସ

ଛୁଟିଦିନରେ ‘ଚିଙ୍ଗୁଡ଼ି କାଲିଆ’ ପ୍ରସ୍ତୁତ କରି ଖାଆନ୍ତୁ ଏବଂ ଖୁଆନ୍ତୁ।

 ସାମଗ୍ରୀ

  • ଚିଙ୍ଗୁଡ଼ି – ୨୫୦ ଗ୍ରାମ୍‌
  • ପିଆଜ – ୨ଟି ବଡ଼
  • ଟମାଟୋ – ୧ଟି
  • ଅଦା, ରସୁଣବଟା – ଗୋଟେ ଚାମଚ
  • କଞ୍ଚାଲଙ୍କା – ୪ଟି
  • ନଡ଼ିଆରସ – ୨ ବଡ଼ ଚାମଚ
  • ହଳଦୀ – ଅଧ ଚା’ଚାମଚ
  • ଲୁଣ ସ୍ୱାଦାନୁସାରେ
  • ଫାଳେ ଲେମ୍ବୁର ରସ, ଧନିଆପତ୍ର, ତେଲ
  • ଜିରାଗୁଣ୍ଡ – ଛୋଟ ଚାମଚେ
  • ଧନିଆଗୁଣ୍ଡ – ଛୋଟ ଚାମଚେ
  • ଲଙ୍କାଗୁଣ୍ଡ – ଛୋଟ ଚାମଚେ

ପ୍ରସ୍ତୁତ ପ୍ରଣାଳୀ

ପ୍ରଥମେ ଚିଙ୍ଗୁଡ଼ିରେ ହଳଦୀ, ଲୁଣ ଦେଇ ଓ ଲେମ୍ବୁ ଫାଳେ କାଟି ଏହାର ରସ ପକାଇଦେବା ଓ ଭଲଭାବରେ ଏହାକୁ ଗୋଳାଇ ଦେବା। ତା’ ପରେ କଡ଼େଇରେ ଗୋଟେ ଚାମଚ ସୋରିଷ ତେଲ ପକାନ୍ତୁ। ତେଲ ଗରମ ହୋଇଗଲେ ଚିଙ୍ଗୁଡ଼ିକୁ ଅଧା ଭଜା କରନ୍ତୁ।

ଏହାପରେ ଆଉ ଏକ କଡ଼େଇରେ ତେଲ ଦେଇ ସେଥିରେ ଅଧ ଚାମଚ ଚିନି ପକାନ୍ତୁ। ଚିନି ଲାଲ ହେବା ପରେ ସେଥିରେ ପିଆଜ କଞ୍ଚାଲଙ୍କା ପକାନ୍ତୁ। ପିଆଜ ଟିକେ ଭାଜି ହେବା ପରେ ଲଙ୍କାଗୁଣ୍ଡ, ହଳଦୀଗୁଣ୍ଡ, ଲୁଣ ଆଦି ପକାନ୍ତୁ। ଏହା ପରେ ଅଦା, ରସୁଣ ଓ ପିଆଜ ବଟା ପକାନ୍ତୁ। ମସଲା ବଟା ଟିକେ କଷି ହେବା ପରେ ଏଥିରେ ଜିରାଗୁଣ୍ଡ, ଧନିଆଗୁଣ୍ଡ ପକାଇ ଆଉଟିକେ କଷିଦେବା। ସାମାନ୍ୟ ପାଣି ଦେଇ ୫ ମିନିଟ୍ ଫୁଟିବା ପାଇଁ ଛାଡ଼ିଦିଅନ୍ତୁ। ଫୁଟିବା ପରେ ସେଥିରେ ନଡ଼ିଆରସ ପକାନ୍ତୁ। ଏହାକୁ ଆଉ ଅଳ୍ପ ସମୟ ପାଇଁ ଫୁଟାନ୍ତୁ, ଫୁଟିଯିବା ପରେ ଗୋଟିଏ ପ୍ଲେଟ୍‌ରେ ଅଜାଡ଼ି ଦିଅନ୍ତୁ ଏବଂ ସେଥିରେ ଧନିଆପତ୍ର, ଟମାଟୋ, କଞ୍ଚାଲଙ୍କା ଆଦି ପକାଇ ଭଲ ଭାବରେ ସଜାଇ ଦିଅନ୍ତୁ। ଏହାକୁ ଫ୍ରାଏଡ୍‌ ରାଇସ୍‌ରେ ଗରମ ଗରମ ଖାଆନ୍ତୁ।

Comment