ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ପିଆଜ ଦର ଆକାଶ ଛୁଆଁ ହୋଇଛି। ଏହାର ପ୍ରତିବାଦରେ ରାଜ୍ୟ କଂଗ୍ରେସ ସୋମବାର ଏହାର ଅଭିନବ ପ୍ରତିବାଦ କରିଛି। ଦଳ ମାଷ୍ଟର କ୍ୟାଣ୍ଟିନ ପାଖରେ ପିଆଜ ବିକ୍ରି କରୁଛି। ପ୍ରତି ଗ୍ରାହକଙ୍କୁ ୧୦ ଟଙ୍କାରେ ଅଢ଼େଇଶ ପିଆଜ ବିକ୍ରି କରାଯାଉଛି।

ଭୁବନେଶ୍ଵର ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କ ନେତୃତ୍ଵରେ ମାଷ୍ଟର କ୍ୟାଣ୍ଟିନ ଛକରେ ପିଆଜ ବିକ୍ରି କରାଯାଉଛି। ପିଆଜ କିଲୋ ପ୍ରତି ୪୦ ଟଙ୍କା ରଖାଯାଇଥିବା ବେଳେ ଜଣେ ଗ୍ରାହକଙ୍କୁ ୧୦ ଟଙ୍କାରେ ଅଢ଼େଇଶ ପିଆଜ ଦିଆଯାଉଛି।

ପିଆଜ ଦର ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସାରକାର ଏହାକୁ ନିୟନ୍ତ୍ରଣ କରିବାକୁ ବିଫଳ ହୋଇଛନ୍ତି ବୋଲି ଅଭିଯୋଗ କରିଛି କଂଗ୍ରେସ। ତେବେ ଏହାକୁ ବିରୋଧ କରି ଏଭଳି ଅଭିନବ ପ୍ରତିବାଦ କରାଯାଉଛି।

Comment