ଓଡ଼ିଶାଲାଇଭ୍‌ ବ୍ୟୁରୋ

JK Paper Mill(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲା ଜେକେ ପୁରସ୍ଥିତ ଜେକେ ପେପର ଲିମିଟେଡର ପ୍ରତିଷ୍ଠାତା ଲାଲ କମଲପାତ ସିଙ୍ଘାନିଆଙ୍କ ୧୩୫ତମ ଜନ୍ମ ଦିବସ କମ୍ପାନି ପରିସରରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାୟଗଡା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଯୋଗ ଦେଇଥିବା ବେଳେ ଜେକେ ପେପର ମିଲ୍‌ର ମୁଖ୍ୟ ତଥା କାର୍ଯ୍ୟନିର୍ବାହୀ ଉପସଭାପତି(କାର୍ମିକ) ପବନ କୁମାର ସୁରୀ ସଭାପତିତ୍ୱ କରିଥିଲେ।

JK Paper Mill

ଏହି ଅବସରରେ ପେପର ମିଲରେ ୨୫ବର୍ଷ କାର୍ଯ୍ୟ ପୂରଣ କରିଥିବା ୧୫ କର୍ମଚାରୀଙ୍କୁ ମୁଖ୍ୟ ଅତିଥି ରୌପ୍ୟ ଥାଳି ଦେଇ ପୁରସ୍କୃତ କରିସଥିଲେ।ଏନେଇ ଜେକେପେପର ମିଲ୍‍ର ଲୋକସମ୍ପର୍କ ଅଧିକାରୀ ସୁନିଲ କୁମାର ନାଥ ସୂଚନା ଦେଇଛନ୍ତି।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜେକେ ପେପର ମିଲ୍‍ ନିର୍ମାଣ ବିଭାଗର ଉପସଭାପତି ବିନୟ ଦ୍ୱିବେଦୀ ଯୋଗ ଦେଇଥିଲେ। ଜେନେରାଲ୍‍ ମ୍ୟାନେଜର (ଏଚ୍‍ଆର୍‍ ଓ ଆଇଆର୍‍) ସନ୍ଦିପ ପାଣ୍ଡେ ମଞ୍ଚ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଆର୍ଥିକ ବିଭାଗର ଉପସଭାପତି ବିଶ୍ୱଜିତ୍‍ ଦ୍ୱିବେଦୀ ଧନ୍ୟବାଦ ଅର୍ପଣ କରିଥିଲେ।

JK Paper Mill

ଏହି କାର୍ଯ୍ୟକ୍ରମରେ ଏଲ୍‍ପିଏସ୍‍ ବିଦ୍ୟାଳୟ, ସିଙ୍ଘାନିଆ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଚାନ୍ଦିଲି ଗ୍ରାମର କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏସ୍‍ କେ ସାମନ୍ତରାଏ, କିରଣ ନାୟକ, ଶିବପ୍ରସାଦ ରଥ, ସୁନିଲ ବେଉରିଆ, ରାକେଶ ପାଢ଼ୀ, ଅରୂପ ଗୌଡ଼, କିଶୋର କୁମାର, ଅମିତ ମିଶ୍ର, ରବିନ୍ଦ୍ର ବିଷୋୟୀ ପ୍ରମୁଖ କାର୍ଯ୍ୟକ୍ରମର ପରିଚାଳନାରେ ସହଯୋଗ କରିଥିଲେ।

Comment