ଓଡ଼ିଶାଲାଇଭ୍ ବ୍ୟୁରୋ

ମହାରାଷ୍ଟ୍ରରେ ଫଡ୍‌ନାଭିସ୍‌ ସରକାର ଗଠନକୁ ନେଇ ଏନ୍‌ସିପି ମୁଖ୍ୟ ଶରଦ ପାୱାର ଆଉ ଏକ ଖୁଲାସା କରିଛନ୍ତି। ଅଜିତ ପାୱାର ଏବଂ ଦେବେନ୍ଦ୍ର ଫଡ୍‌ନାଭିସ୍‌ଙ୍କ ଭିତରେ ଆଲୋଚନା ହୋଇଥିବା ଶରଦ ପାୱାର ଜାଣିଥିଲେ ବୋଲି କହିଛନ୍ତି। ହେଲେ ସେ ଏତେବାଟ ଆଗେଇ ଯିବେ ବୋଲି ଜାଣି ନଥିଲେ ବୋଲି କହିଛନ୍ତି ଶରଦ।

‘‘ନଭେମ୍ବର ୨୨ରେ ସରକାର ଗଠନକୁ ନେଇ କଂଗ୍ରେସ ସହ ବୈଠକ ଚାଲିଥିବା ବେଳେ ଅଜିତ ଖୁସି ନଥିଲେ। କାରଣ କଂଗ୍ରେସ ମନ୍ତ୍ରିମଣ୍ଡଳରେ ଅଧିକ ବିଭାଗ ମାଗୁଥିଲା। ମୁଁ ବୈଠକରୁ ଉଠି ଆସିଥିଲି। ଏହାପରେ ଅଜିତ ମଧ୍ୟ ଉଠି ଆସିଥିଲା। ନଭେମ୍ବର ୨୩ରେ ଅଜିତ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ’’, କହିଛନ୍ତି ଶରଦ ପାୱାର।

ଶରଦ ପାୱାର ଆହୁରି କହିଛନ୍ତି ଯେ ୨୨ ତାରିଖ ରାତିରେ ହିଁ ଅଜିତ ଏବଂ ଫଡନାଭିସ୍‌ଙ୍କ ଭିତରେ ବୈଠକ ହୋଇଥିଲା। ଆଗରୁ ଉଭୟଙ୍କ ଭିତରେ ଆଲୋଚନା ଚାଲିଥିଲା। ୨୩ରେ ଅଜିତ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଉଥିବା ଜାଣିବା ପରେ ଶରଦ ପାୱାର ଆଶ୍ଚର୍ଯ୍ୟ ହୋଇଯାଇଥିବା କହିଛନ୍ତି।

ଗତ ସୋମବାର ଦିନ ଶରଦ ପାୱାର ଆଉ ଏକ ଖୁଲାସା କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦର ଶରଦ ପାୱାରଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରିତ କରିଥିଲେ। ହେଲେ ସେ ଏଥିରେ ରାଜି ହୋଇ ନଥିଲେ।

Comment