ଓଡ଼ିଶାଲାଇଭ୍‌ ବ୍ୟୁରୋ

କିଛି ଦିନର ବ୍ୟବଧାନ ପରେ ଶ୍ରୀକ୍ଷେତ୍ର ପୁରୀରେ ବୁଧବାର ପୁଣି ଉଚ୍ଛେଦ କାମ ଆରମ୍ଭ ହୋଇଛି। ଏଥର ପାଳି ଦୋଳବେଦୀ ନିକଟରେ ଥିବା ପୌରାଞ୍ଚଳ ପ୍ରାଥମିକ ଚିକିତ୍ସାଳୟର ପଡ଼ିଛି। ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ମଧ୍ୟରେ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି।

ପୂର୍ବରୁ ଉଚ୍ଛେଦ ପ୍ରକ୍ରିୟା ଭିତରେ ବହୁ ମଠ, ମନ୍ଦିର ଓ ଦୋକାନ ବଜାର ଭଙ୍ଗା ସରିଛି। ବୁଧବାର ସକାଳୁ ଚିକିତ୍ସାଳୟର ଉଚ୍ଛେଦ ପାଇଁ  ସମସ୍ତ ଜିନିଷପତ୍ର ବନ୍ଧା ହୋଇଥିଲା।

ଏହା ପୂର୍ବରୁ ପଞ୍ଜାବୀ ମଠ ବା ମଙ୍ଗୁ ମଠୁକୁ ଜିଲ୍ଲା ପ୍ରଶାସନ ସିଲ୍ କରି ସାରିଛି।

LEAVE A REPLY

Please enter your comment!
Please enter your name here