ଓଡ଼ିଶାଲାଇଭ୍ ବ୍ୟୁରୋ

ସାଧାରଣତଃ ଆମେ ଚିକେନ୍‌ ସହ ଏଭଳି କିଛି ଖାଦ୍ୟ ଖାଇଥାଉ, ଯାହା ସ୍ୱାଦିଷ୍ଟ ହୋଇଥାଏ କିନ୍ତୁ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ଏଥିପାଇଁ ଜାଣିବା ଦରକାର ଚିକେନ୍‌ ସହ କ’ଣ ଖାଇବା ଆବଶ୍ୟକ ଓ କ’ଣ ଖାଇବା ଠିକ୍‌ ନୁହେଁ।

ଯଦି ଆପଣ ଚିକେନ୍‌ ଖାଉଛନ୍ତି, ତେବେ ଭୁଲରେ ବି ଏହାସହ ହଦି ଖାଆନ୍ତୁ ନାହିଁ। ଚିକେନ୍‌ ଶରୀରକୁ ଗରମ ରଖୁଥିବା ବେଳେ ଦହି ପେଟକୁ ଥଣ୍ଡା ରଖିଥାଏ। ଉଭୟ ଜିନିଷକୁ ଏକ ସଙ୍ଗରେ ଖାଇଲେ ଏହା ହଜମକ୍ରିୟାରେ ପ୍ରଭାବ ପକାଇଥାଏ। ବଦ୍‌ହଜମୀ ଭଳି ସମସ୍ୟା ଉପୁଜିଥାଏ।

ଚିକେନ୍‌ ଖାଇବା ପରେ କ୍ଷୀର ଖାଇବା ଅନୁଚିତ୍‌। କ୍ଷୀରରେ ଏଭଳି କିଛି ପୋଷକ ତତ୍ୱ ଅଛି, ଯାହା ପେଟରେ ଚିକେନ୍ ସହ ମିଶି କ୍ଷତି ପହଞ୍ଚାଇଥାଏ। କ୍ଷୀର ସହ ଚିକେନ୍‌ ଖାଇଲେ ଶରୀରରେ ରିଆକ୍ସନ କରି ଦେଇଥାଏ।

ଚିକେନ୍‌ ସହ ମାଛକୁ ଏକା ସାଙ୍ଗରେ ଖାଇଲେ ଶରୀର ଉପରେ କୁପ୍ରଭାବ ପଡ଼ିଥାଏ। ମାଛ ଓ ଚିକେନ୍‌ରେ ଅଲଗା ଅଲଗା ପ୍ରୋଟିନ୍ ଥାଏ। ଏଥିପାଇଁ ଖାଇବା ବେଳେ ମାଛ ଓ ମାଂସକୁ ଏକା ସାଙ୍ଗରେ ଖାଇଲେ ବଦ୍‌ହଜମି ଭଳି ସମସ୍ୟା ଦେଖାଦିଏ।

Comment