ଓଡ଼ିଶାଲାଇଭ୍ ବ୍ୟୁରୋ

ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହିଲଙ୍କ ପାଖକୁ ଫେରିଛି ଟେଷ୍ଟ ରାଙ୍କିଙ୍ଗର ନମ୍ବର ୧ ପଦ। ପ୍ରାୟ ୩ ମାସରୁ ଅଧିକ ସମୟ ପରେ କୋହଲି ପୁଣିଥରେ ଏହି ଟେଷ୍ଟ ବ୍ୟାଟ୍ସମ୍ୟାନ ତାଲିକାର ଶୀର୍ଷରେ ପହଞ୍ଚିଛନ୍ତି।

କୋହିଲଙ୍କ ସ୍ଥାନରେ ଅଷ୍ଟ୍ରେଲିଆ ଖେଳାଳି ଷ୍ଟିଭ୍ ସ୍ମିଥ୍ ଟେଷ୍ଟରେ ନମ୍ବର ୧ ବ୍ୟାଟ୍ସମ୍ୟାନ ହୋଇରହିଥିଲେ। ତେବେ ପାକିସ୍ତାନ ବିପକ୍ଷ ଟେଷ୍ଟରେ ଷ୍ଟିଭ୍ ସ୍ମିଥ୍ ବିଫଳ ହେବା ପରେ କୋହଲି ପୁଣି ତାଙ୍କର ରାଙ୍କିଙ୍ଗ୍ ଫେରିପାଇଛନ୍ତି।

ଆଇସିସି ଦ୍ୱାରା ପ୍ରକାଶିତ ସଦ୍ୟ ତାଲିକା ଅନୁସାରେ, କୋହଲି ମୋଟ୍ ୯୨୮ପଏଣ୍ଟ ସହ ତାଲିକାର ଶୀର୍ଷରେ ରହିଛନ୍ତି। ସେହିପରି ୯୨୩ ପଏଣ୍ଟ ସହ ଷ୍ଟିଭ୍ ସ୍ମିଥ୍ ଦ୍ୱିତୀୟ, ନ୍ୟୁଜିଲାଣ୍ଡ ଅଧିନାୟକ ୱିଲିମସନ୍ ତୃତୀୟ ସ୍ଥାନରେ ରହିଛନ୍ତି।

କୋହଲି ଗତ ବାଂଲାଦେଶ ବିପକ୍ଷ କୋଲକତା ଟେଷ୍ଟରେ ୧୩୬ ରନର ଦମଦାର ଇଂନିସ୍ ଖେଳିଥିଲେ। ଯାହା ତାଙ୍କୁ ଟେଷ୍ଟ ରାଙ୍କିଙ୍ଗ୍ ଫେରିପାଇବାକୁ ସାହାଯ୍ୟ କରିଛି।

Comment