ଓଡ଼ିଶାଲାଇଭ୍ ବ୍ୟୁରୋ

ଆମେରିକା ମହାକାଶ ବିଜ୍ଞାନ ସଂସ୍ଥା ନାସା ଗୋଟିଏ ରୋବୋଟ ହୋଟେଲକୁ ମହାକାଶକୁ ପଠାଇବ।

କୌଣସି ଅଜଣା ଅଚିହ୍ନା ସ୍ଥାନକୁ ଗଲେ ସେଠାରେ ଖାଇବା ଓ ରହିବା ପାଇଁ ଆପଣ ପ୍ରଥମେ ଗୋଟିଏ ହୋଟେଲ ବୁକ୍ କରିଥାନ୍ତି। ଯାହା ଆପଣଙ୍କୁ ସମସ୍ତ ପ୍ରକାର ସୁବିଧାସୁଯୋଗ ଯୋଗାଇଦେଇଥାଏ। ତେବେ ଖୁବଶୀଘ୍ର ମହାକାଶରେ ‘ରୋବୋଟ ହୋଟେଲ’ ପଠେଇବ ଆମେରିକା ମହାକାଶ ବିଜ୍ଞାନ ସଂସ୍ଥା ନାସା।

ମହାକାଶରେ ରୋବୋଟମାନଙ୍କ ରହିବା ପାଇଁ ନାସା ଏହି ମହାକାଶ ହୋଟେଲ ନିର୍ମାଣ କରୁଛି। ଯେଉଁଥିରେ କେବଳ ହିଁ କେବଳ ରୋବୋଟମାନେ ହିଁ  ରହିପାରିବେ। ରୋବୋଟଙ୍କ ବ୍ୟତୀତ ଅନ୍ୟ କୌଣସି ମହାକାଶଚାରୀ ଏଥିରେ ରହିପାରିବେ ନାହିଁ। ଅନ୍ତର୍ଜାତୀୟ ରୋବଟ୍ ଷ୍ଟେସନ ବାହାରେ ଏହି ହୋଟେଲ ଷ୍ଟେସନକୁ ନେଇ ଯୋଡ଼ାଯିବ।

ରୋବଟିକ୍ ଟୁଲ୍ ଷ୍ଟୋଜ୍ (ଆରଆଇଟିସି)ଦ୍ୱାରା ୪ ଡିସେମ୍ବରରେ ହେବାକୁ ଥିବା ହେଉଥିବା ୧୯ତମ ସ୍ପେସ୍ ଏକ୍ସ କମର୍ସିଆଲ୍ ଲଞ୍ଚିଙ୍ଗରେ ଏହି ହୋଟେଲ ଷ୍ଟେସନକୁ ମହାକାଶକୁ ପଠାଯିବ। ଏଥିରେ ପ୍ରଥମକରି ଦୁଇଟି ରୋବଟ୍ ରହିବେ, ଯାହାଁକୁ ରୋବୋଟିକ୍ ଲିକ୍ ଲୋକେଟର କୁହାଯାଉଛି। ଏହି ରେବୋଟମାନେ ମହାକାଶ ଷ୍ଟେସନରେ ହେଉଥିବା ଆମୋନିଆ ଗ୍ୟାସ୍ ଲିକ୍‌କୁ ଜାଣିବାରେ ସକ୍ଷମ ହୋଇପାରିବେ।

ବର୍ତ୍ତମାନ ନାସା ଦ୍ୱାରା ପଠାଯାଇଥିବା ଏହି ପ୍ରକାରର ଦୁଇଟି ରୋବୋଟ୍ ମହାକାଶରେ ଅଛନ୍ତି। ଏହି ଦୁଇଟି ରୋବଟ୍‌ ପ୍ରଥମ କରି ଏହି ସ୍ପେସ୍ ହୋଟେଲରେ ରହିବେ।

Comment