ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦିନ ଦ୍ୱିପ୍ରହର ଧୂପ ସରିବା ପରେ ସେବକମାନେ ମହାପ୍ରଭୁଙ୍କ ଶୃଙ୍ଗାର କରିବେ। ହରିତାଳ, ଶଙ୍ଖ, କସ୍ତୁରୀ, ହିଙ୍ଗୁଳ ଓ କଳାରଙ୍ଗରେ ମହାପ୍ରଭୁଙ୍କୁ ସଜେଇ ଦିଆଯିବ।

ଏହି ସ୍ଵତନ୍ତ୍ର ନୀତି ସମୟରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରଖାଯିବ। ଏହା ଏକ ଗୁପ୍ତ ସେବା ହୋଇଥିବାରୁ ଅପରାହ୍‌ଣ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ଗୁପ୍ତ ନୀତି ପରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ।

Comment