ଓଡ଼ିଶାଲାଇଭ୍ ବ୍ୟୁରୋ

ସଂସଦରେ ନେତାମାନଙ୍କୁ ଆଉ କମ୍ ଦାମରେ ମିଳିବନି ଖାଇବା। ଖୁବଶୀଘ୍ର ପାର୍ଲିଆମେଣ୍ଟ କ୍ୟାଣ୍ଟିନର ଖାଇବା ଦାମ୍ ବଢ଼ିବ ବୋଲି ସୂଚନା ମିଳିଛି।

ବର୍ତ୍ତମାନ ସଂସଦରେ ଥିବା କ୍ୟାଣ୍ଟିନରେ ନେତାମାନେ ବହୁତ କମ୍ ଦାମରେ ଖାଇପାରୁଛନ୍ତି। ଏହାଦ୍ୱାରା ସରକାରଙ୍କ ରାଜକୋଷରୁ ପ୍ରତିବର୍ଷ ପ୍ରାୟ ୧୭ କୋଟି ଟଙ୍କା ଖର୍ଚ୍ଚ ହେଉଛି। ତେଣୁ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ଏନେଇ ଲୋକସଭାର ବିଜନେସ୍ ଆଡଭାଇଜରୀ କମିଟି ସହ ଆଲୋଚନା କରିଥିଲେ। ଆଲୋଚନାରେ କ୍ୟାଣ୍ଟିନର ଖାଇବା ଦାମ୍ ବଢ଼ାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।

୨୦୧୭ ମସିହା ପୂର୍ବରୁ ସାଂସଦମାନେ ମାତ୍ର ୫୦ଟଙ୍କାରେ ପାର୍ଲିଆମେଣ୍ଟ କ୍ୟାଣ୍ଟିନରେ ଚିକେନ୍ ତରକାରୀ ଖାଇପାରୁଥିଲେ। ସେହିପରି ଗୋଟିଏ ଦୋସା ପାଇଁ ସାଂସଦଙ୍କୁ ୧୨ଟଙ୍କା ଓ ନିରାମିଷ ଥାଳି ପାଇଁ ସାଂସଦଙ୍କୁ ମାତ୍ର ୩୫ ଟଙ୍କା ଦେବାକୁ ପଡୁଥିଲା। ସାଂସଦମାନଙ୍କୁ ସବ୍ସିଡି ଦେଇ ସେମାନଙ୍କୁ ବହୁତ କମ ଟଙ୍କାରେ ଏହି ଖାଇବା ଯୋଗାଇ ଦିଆଯାଉଛି।

ଗତବର୍ଷ କ୍ୟାଣ୍ଟିନର ଖାଇବା ଦାମକୁ ଅଳ୍ପ ବଢ଼ାଯାଇଥିଲା। ସାଂସଦମାନଙ୍କୁ ମିଳୁଥିବା ସବବ୍‌ସିଡିକୁ ହ୍ରାସ କରାଯାଇ କ୍ୟାଣ୍ଟିନର ଖାଇବା ରେଟ୍ ବଢ଼ାଯାଇଥିଲା। ତେବେ ଆଗକୁ ସାଂସଦମାନଙ୍କୁ ଆଉ ସବ୍‌ସିଡି ସୁବିଧା ମିଳିବ ନାହିଁ। ସାଂସଦମାନେ ଏଣିକି ସାଧାରଣ ଦାମରେ କ୍ୟାଣ୍ଟିନରେ ଖାଇବେ ବୋଲି ସୂଚନା ମିଳିଛି।

Comment