ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାମାଶିଷ ହାଜରାଙ୍କୁ ମାଧ୍ୟମିକ ଶିକ୍ଷା ପରିଷଦ (ବିଏସ୍‌ସି)ର ନୂଆ ସଭାପତି ଭାବେ ନିଯୁକ୍ତ କରାଯାଇଛି। ପୂର୍ବରୁ ରାମାଶିଷ ହାଜରା ବିଏସ୍‌ସିର ସମ୍ପାଦକ ଥିଲେ। ତେବେ ୬ ମାସ ବୋର୍ଡ ସଭାପତି ପଦ ଖାଲି ପଡ଼ିବା ପରେ ଗୁରୁବାର ହାଜରାଙ୍କୁ ସଭାପତି ପଦରେ ନିଯୁକ୍ତି କରାଯାଇଛି।

ପୂର୍ବରୁ ଡକ୍ଟର ଜାହାନ ଆରା ବେଗମ୍‌ ମାଧ୍ୟମିକ ଶିକ୍ଷା ପରିଷଦର  ସଭାପତି ରହିଥିଲେ। ତେବେ ସେ ବଦଳି ହେବା ପରେ ୬ ମାସ ଧରି ପଦ ଖାଲି ରହିଥିଲା। ବର୍ତ୍ତମାନ ସମ୍ପାଦକ ପଦରେ ଥିବା ରାମାଶିଷ ହାଜରାଙ୍କୁ ସଭାପତି କରାଯାଇଛି।

Comment