ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶରେ ଦୈନନ୍ଦିନ ଘଟୁଥିବା ଦୁଷ୍କର୍ମ ଘଟଣାକୁ ନେଇ ଯୋଗୀ ଆଦିତ୍ୟନାଥଙ୍କ ଜଣେ ମନ୍ତ୍ରୀ ଅଜବ ମନ୍ତବ୍ୟ ଦେଇଛନ୍ତି। ଉତ୍ତର ପ୍ରଦେଶ ସରକାରରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣବେନ୍ଦ୍ର ପ୍ରତାପ ସିଂହ କହିଛନ୍ତି ସମାଜରେ ଅପରାଧକୁ ରୋକିବା ଗ୍ୟାରେଣ୍ଟି ସ୍ୱୟଂ ଭଗବାନ ବି ଦେଇପାରି ନାହାଁନ୍ତି।
ଦୁଷ୍କର୍ମ ଘଟଣା ଉପରେ ତାଙ୍କ ମତ ପ୍ରକାଶ କରିବାକୁ ଯାଇ ମନ୍ତ୍ରୀ ଧୁନି ସିଂହ କହିଛନ୍ତି, ଯେତେବେଳେ ସମାଜ ଅଛି, କେହି କହିପାରିବେ ନାହିଁ ଶତ ପ୍ରତିଶତ ଅପରାଧ ହେବନାହିଁ। ମତେ ଲାଗୁଚି ସ୍ୱୟଂ ରାମଚନ୍ଦ୍ର ବି ଏହି ଗ୍ୟାରେଣ୍ଟି ଦେଇ ପାରିନଥିଲେ। ତେବେ ଯିଏ ଅପରାଧ କରୁଛି ତାକୁ ଦଣ୍ଡ ମିଳିବା ଗ୍ୟାରେଣ୍ଟି ନିଶ୍ଚିତ ଭାବରେ ମୁଁ ଦେଉଛି ଓ ଅପରାଧୀଙ୍କୁ କଡ଼ା ଦଣ୍ଡ ମିଳିବ ହିଁ ମିଳିବ ବୋଲି ସେ କହିଛନ୍ତି।
ଉଲ୍ଲେଖ କରାଯାଇ ପାରେ ଯେ, ଉତ୍ତର ପ୍ରଦେଶର ଉନ୍ନାଓର ଦୁଷ୍କର୍ମ ପୀଡ଼ିତାଙ୍କୁ ନବେ ଭାଗ ପର୍ଯ୍ୟନ୍ତ ପୋଡ଼ି ଦିଆଯାଇଛି ଓ ସେ ଜୀବନ ସହ ଏବେ ସଂଗ୍ରାମ କରୁଛନ୍ତି। ତାଙ୍କୁ ସରକାରୀ ଖର୍ଚ୍ଚରେ ଦିଲ୍ଲୀର ସଫ୍ଦରଗଞ୍ଜ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।








