ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ସେକେଣ୍ଡାରୀ ସ୍କୁଲ ଟିଚର ଏଲିଜିବିଲିଟି ଟେଷ୍ଟ ପାଇଁ ବିଜ୍ଞପ୍ତି, ଆବେଦନ କରିବାର ଶେଷ ତାରିଖ ଡିସେମ୍ଵର ୧୬।

ଓଡ଼ିଶା ସେକେଣ୍ଡାରୀ ସ୍କୁଲ ଟିଚର ଏଲିଜିବିଲିଟି ଟେଷ୍ଟ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୦୧୯ରେ ବିଭିନ୍ନ ଶିକ୍ଷକ ପଦବୀରେ ନିଯୁକ୍ତି ପାଇଁ ଏହି ପରୀକ୍ଷା କରାଯାଉଛି। ଇଚ୍ଛୁକ ପ୍ରାର୍ଥୀମାନେ ଏନେଇ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ଡେସେମ୍ଵର ୧୬ ଦିନ ୧୨ଟା ଯାଏଁ ରହିଛି।

ବିଷୟ

  • ଟ୍ରେନି ଗ୍ରାଜୁଏଟ ଆର୍ଟସ – ଶିକ୍ଷାଗତ ଯୋଗ୍ୟତା (ଡିଗ୍ରୀ-କଳା, ବାଣିଜ୍ୟ, ବି.ଇଡି, ବିଏବିଇଡି)
  • ଟ୍ରେନି ଗ୍ରାଜୁଏଟ ସାଇନ୍ସ(ପିସିଏମ୍‌/ସିବିଜେଡ୍‌) – ଶିକ୍ଷାଗତ ଯୋଗ୍ୟତା (ଡିଗ୍ରୀ-ବିଜ୍ଞାନ, ବି.ଟେକ୍‌, ବିଇ, ବି.ଇଡି ବିଏସ୍‌ସିବିଇଡି)
  • ହିନ୍ଦୀ ଟିଚର – ଶିକ୍ଷାଗତ ଯୋଗ୍ୟତା (ଡିଗ୍ରୀ – ହିନ୍ଦୀ)
  • କ୍ଲାସିକାଲ ଟିଚର(ସଂସ୍କୃତ) – ଶିକ୍ଷାଗତ ଯୋଗ୍ୟତା (ଡିଗ୍ରୀ – ସଂସ୍କୃତ, ଶିକ୍ଷା ସାସତ୍ରୀ)
  • କ୍ଲାସିକାଲ ଟିଚର(ଉର୍ଦ୍ଦୁ) – ଶିକ୍ଷାଗତ ଯୋଗ୍ୟତା (ଡିଗ୍ରୀ – ବି.ଇଡି, ଉର୍ଦ୍ଦୁ ବି.ଇଡି ଓ ବିଏ ପାର୍ସିଆନ)
  • କ୍ଲାସିକାଲ ଟିଚର(ତେଲୁଗୁ) – ଶିକ୍ଷାଗତ ଯୋଗ୍ୟତା (ଡିଗ୍ରୀ – କଳା, ତେଲୁଗୁ ବି.ଇଡି)
  • ଫିଜିକାଲ ଏଜୁକେସନ ଟିଚର – ଶିକ୍ଷାଗତ ଯୋଗ୍ୟତା (ଦଶମ. ଯୁକ୍ତ ଦୁଇ, ସିପି.ଇଡି, ବିପି.ଇଡି, ଏମ୍‌ପି.ଇଡି)

କେମିତି କରିବେ ଆବେଦନ?

  • ଆବେଦନ ପୂର୍ବରୁ ପ୍ରାର୍ଥୀ ଓ୍ଵେବସାଇଟ bseodisha.nic.in କୁ ଯାଇ ବିଜ୍ଞାପନକୁ ଦେଖିପାରିବେ।
  • ପରେ ଅନଲାଇନ ଆବେଦନ ପାଇଁ ଓ୍ଵେବସାଇଟ୍‌ osstet.co.in କୁ ଯାଇ ଆବେଦନ କରିପାରିବେ।
  • ଡିସେମ୍ଵର ୧୬ ସୁଦ୍ଧା ଅନଲାଇନରେ ଫିସ୍‌ ଦାଖଲ କରିପାରିବେ।

Comment