ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ମୃତ୍ୟୁ ପରେ ଶନିବାର ପୀଡ଼ିତାଙ୍କ ପରିବାରକୁ ଭେଟିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ। ପରିବାରକୁ ଭେଟି ଆଶ୍ୱାସନା ଦେବା ସହ ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ସବୁ ପ୍ରକାର ଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ପ୍ରିୟଙ୍କା।

‘‘ଏହି ଘଟଣା ପାଇଁ ଯୋଗୀ ଆଦିତ୍ୟନାଥ ନିଜକୁ ଦାୟୀ କରି ଇସ୍ତଫା ଦେବା କଥା। ଗତ ବର୍ଷେ ହେଲା ପୀଡ଼ିତା ଓ ଏବଂ ତାଙ୍କ ପରିବାର ନ୍ୟାୟ ପାଇଁ ସଂଘର୍ଷ କରୁଛନ୍ତି। ହେଲେ ଯୋଗୀ ସରକାର ସବୁ ଜାଣିବି ଚୁପ୍‌ ରହିଛନ୍ତି’’, କହିଛନ୍ତି ପ୍ରିୟଙ୍କା।

ପ୍ରିୟଙ୍କା କୌଣସି କାର୍ଯ୍ୟରେ ଦୁଇଦିନିଆ ଲକ୍ଷ୍ନୌ ଗସ୍ତ କରିଥିଲେ। ଉନ୍ନାଓ ପୀଡ଼ିତାଙ୍କ କଥା ଜାଣି ପ୍ରିୟଙ୍କା ନିଜର ସମସ୍ତ କାର୍ଯ୍ୟକ୍ରମ ବାତିଲ କରି ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ଯାଇଥିଲେ।

Comment