ଓଡ଼ିଶାଲାଇଭ୍‌ ବ୍ୟୁରୋ

ଖବରକାଗଜରେ ଖାଦ୍ୟ ଆଣିବା ବା ଖାଦ୍ୟ ଖାଇବା ଏକ ନୂଆ କଥା ନୁହେଁ। ଖବର କାଗଜରେ ଖାଦ୍ୟ ଖାଇବା ପ୍ରକ୍ରିୟା ବହୁ ପୁରୁଣାଦିନରୁ ଚାଲି ଆସୁଛି। ଏବେ ମଧ୍ୟ ଲୋକେ ଖବର କାଗଜରେ ଖାଦ୍ୟ ଖାଉଥିବା ଦେଖିବାକୁ ମିଳୁଛି। ଯଦି ଆପଣ ବି ଖବରକାଗଜରେ ଖାଦ୍ୟରେ ଗୁଡ଼ାଇକି ଆଣୁଛନ୍ତି, ଏଥିରେ ଖାଦ୍ୟ ଖାଉଛନ୍ତି ତେବେ ତୁରନ୍ତ ଏହି ଅଭ୍ୟାସ ବଦଳାନ୍ତୁ।

କାରଣ ଖବରକାଗଜରେ କ୍ଷତିକାରକ କାଳି ଓ ଅଠା ସହ ବିଷାକ୍ତ କେମିକାଲ୍ ବ୍ୟବହାର କରାଯାଇଥାଏ। ଏଥିରେ ଗରମ ଖାଦ୍ୟ ଆଣିବା ଦ୍ୱାରା ଖାଦ୍ୟ ଜରିଆରେ ଆମ ଶରୀର ଭିତରକୁ ଏହି ବିଷାକ୍ତ ଯାଇଥାଏ। ବିଶେଷ କରି ତୈଳ ଜାତୀୟ ଖାଦ୍ୟ ଓ ଜଙ୍କ୍ ଫୁଡ୍ ଜରିଆରେ ଏହି ବିଷାକ୍ତ କେମିକାଲ୍ ଶରୀର ମଧ୍ୟକୁ ଯାଇଥାଏ। ଫଳରେ ଲିଭର୍ ଉପରେ ପ୍ରଭାବ ପକାଇବା ସହ କ୍ୟାନ୍ସର୍ ପରି ଭୟଙ୍କର ରୋଗ ହେବାର ସମ୍ଭାବନା ରହିଥାଏ।

ଏହା ବ୍ୟତୀତ ଖବରକାଗଜରେ ବ୍ୟବହୃତ କାଳି ଓ ଅନ୍ୟ ରଙ୍ଗରେ ଏମିତି କିଛି ପଦାର୍ଥ ଥାଏ ଯାହା ମନୁଷ୍ୟ ଶରୀର ପାଇଁ କ୍ଷତିକାରକ।

Comment