ଓଡ଼ିଶାଲାଇଭ୍‌ ବ୍ୟୁରୋ

Rayagada Police(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ାସ୍ଥିତ ଜେକେପୁର ପୋଲିସ ରିଜର୍ଭ ପଡ଼ିଆରେ ଶନିବାର ୫୭ତମ ହୋମଗାର୍ଡ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ରାୟଗଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡକ୍ଟର ଶର୍ବଣା ବିଭେକ ଏମ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ଜିଲ୍ଲାରେ କାର୍ଯ୍ୟରତ ୩୨୬ ଜଣ ହୋମଗାର୍ଡ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ କୋଲନାରା ଓ ଜେକେ ପୁରର ଅଗ୍ନିଶମ ବିଭାଗ ପୋଲିସ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Rayagada Police

ଏହି ଅବସରରେ ଏକ ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରାକୃତିକ ଦୁର୍ବିପାକ ସମୟରେ ପୋଲିସ ଓ ଅଗ୍ନିଶମ ଯବାନମାନେ କିପରି ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିଥାନ୍ତି ସେ ସବୁ ମକଡ୍ରିଲ ମାଧ୍ୟମରେ ଉପସ୍ଥାପନ କରାଯାଇଥିଲା।

Rayagada Police

କାର୍ଯ୍ୟକ୍ରମରେ ସମାନ କାମକୁ ସମାନ ଦରମା ପାଇଁ ଉପସ୍ଥିତ ଥିବା ହୋମଗାର୍ଡ ଦାବି ଜଣାଇଥିଲେ। ଆଜି ମଧ୍ୟ ଦୈନିକ ୩ ଶହ ଟଙ୍କାରେ ଚାକରି କରୁଆସୁଥିବା ହୋମଗାର୍ଡ ନିଜ ପରିବାରକୁ ଠିକ ଭାବେ ଭରଣ ପୋଷଣ କରିପାରୁ ନ ଥିବା କହିଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାୟଗଡା ଏସଡିପିଓ ତପନ ନାରାୟଣ ରଥ, ରାୟଗଡା ଥାନା ଅଧିକାରୀ ନିହାର ରଞ୍ଜନ ପ୍ରଧାନ, ଚାନ୍ଦିଲି ଥାନା ଅଧିକାରୀ ଅଜିତ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

Comment