ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉଡାନ ଯୋଜନାରେ ସାମିଲ ହେଲା ଜୟପୁର ବିମାନ ଘାଟି। ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠିଙ୍କ ସହ କେନ୍ଦ୍ର ବେସାମରିକ ଚଳାଚଳ ସଚିବ ପ୍ରଦୀପ ସିଂହ ଖୋରାଲାଙ୍କ ମଧ୍ୟରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଜୟପୁର ସମେତ ସୁନ୍ଦରଗଡ ଜିଲ୍ଲାର ରାଉରକେଲା, କଳାହାଣ୍ଡିର ଉତ୍କେଲା ମଧ୍ୟ ସାମିଲ ହୋଇଛି। ଏହି ବିମାନ ଘାଟିରୁ ଖୁବଶୀଘ୍ର ବିମାନ ଉଡ଼ିବା ସମ୍ଭାବନା ସୃଷ୍ଟି ହୋଇଛି।। ଉଡାନ-୪ ଯୋଜନା ଅନୁଯାୟୀ ଜୟପୁର ବିମାନଘାଟିର ଭିତ୍ତଭୁମି ବିକାଶ କାର୍ଯ୍ୟ ପ୍ରଶାସନ ହାତକୁ ନେଇଛି।

ଦୀର୍ଘ ବର୍ଷ ହେବ ରାଜ୍ୟ ସରକାର ଏଠାରୁ ଅନ୍ତତଃ ଭୁବନେଶ୍ୱରକୁ ଉଡ଼ାଜାହାଜ ସେବା ନେଇ ଚେଷ୍ଟିତ ହୋଇ ଆସୁଥିଲେ ବି ତାହା ସମ୍ଭବ ହୋଇ ପାରିନାହିଁ। ଗତ ୨୦୧୬ ମସିହାରେ ରାଜ୍ୟ ସରକାରଙ୍କ ପ୍ରଚେଷ୍ଟାରେ ରେଜିଓନାଲ୍ କନେକ୍ଟିଭିଟି ସ୍କିମ୍ ଜରିଆରେ ‘ଏୟାର ଓଡ଼ିଶା’ ନାମକ ଏକ ସଂସ୍ଥା ଏହି ସେବା ଆରମ୍ଭ କରିଥିଲା। ହେଲେ ତାହା କମ୍ ଦିନରେ ବନ୍ଦ ହୋଇଥିଲା।

୧୯୬୨ ମସିହାରେ ୬୦ ଏକର ଜମିକୁ ନେଇ ଜୟପୁରରେ ବିମାନବନ୍ଦର କାର୍ଯ୍ୟ ଆରମ୍ଭ ହୋଇଥିଲା। କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିାଣ କାର୍ଯ୍ୟ ସରିଥିବା ସତ୍ୱେ ଏଠାରୁ ଏଯାବତ ବିମାନ ଉଡାଣ ସ୍ୱପ୍ନ ହୋଇଯାଇଛି। ଏବେ ସରକାରଙ୍କ ଉଡାନ ଯୋଜନାରେ ଜୟପୁର ବିମାନ ବନ୍ଦର ସ୍ଥାନ ପାଇ ଥିବାରୁ ଜୟପୁରରୁ ବିମାନ ଉଡାଣ ନେଇ ଆଶା ସଞ୍ଚାର ହୋଇଛି।

ବିମାନ ଘାଟିର ହେବ ସମ୍ପ୍ରସାରଣ

ଉଡାନ-୪ ଯୋଜନା ଅନୁଯାୟୀ, ଜୟପୁର ବିମାନ ଘାଟିର ସମ୍ପ୍ରସାରଣ କରାଯିବ। ବର୍ତ୍ତମାନ ରନୱେ ୯୧୫ ମିଟର ଲମ୍ବା ଏବଂ ୨୩ ମିଟର ଚଉଡ଼ା କରାଯାଇଛି। ଏହି ରନୱେ ରେ ଛୋଟ ବିମାନ ଚାଲିବ। କିନ୍ତୁ ରାଜ୍ୟ ସରକାର ଜୟପୁର ବିମାନ ଘାଟିରେ ଟି-୭୨ ସିଟ୍‌ ବିମାନ ଚାଲିବା ନେଇ ବ୍ୟବସ୍ଥା କରିଛନ୍ତି। ତେଣୁ ରନୱେ ସମ୍ପ୍ରସାରଣ କରିବା ଓ ଭିତ୍ତିଭୂମି ବିକାଶ ପାଇ ୫୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି।

ରନ୍‌ୱେର ଲମ୍ବ ୧୨ଶହ ମିଟର ଏବଂ ଓସାର ୩୦ ମିଟର, ବାଉଣ୍ଡ୍ରି, ଚାରିପାଖରେ ରାସ୍ତା, ଟ୍ରର୍ମିନାଲ, ୱାର୍କସପ୍, ଅଫିସ ରୁମ, ଷ୍ଟାପ କ୍ୱାର୍ଟର, ସିକ୍ୟୁରଟି ରୁମ ଆଦି ନିର୍ମାଣ କରାଯିବାର କାର୍ଯ୍ୟକ୍ରମ ରହିଛି। ବର୍ତ୍ତମାନ ୯ ଶହ ମିଟର ବାଉଣ୍ଡ୍ରି  କାର୍ଯ୍ୟ ସରିଥିବା ବେଳେ ୧୨ ଶହ ମିଟର ରନ୍‌ୱେ ପାଇଁ କାର୍ଯ୍ୟ କରାଯିବ।

ଜାତୀୟ ରାଜପଥ ୨୬ରୁ ଏୟାରଷ୍ଟ୍ରିପ ସଂଯୋଗ ରାସ୍ତା ମଧ୍ୟ ବିକାଶ କରାଯିବ। ୧ କିମି ବିଶିଷ୍ଟ ରାସ୍ତାର ବିକାଶ କରିବା ନେଇ ୩.୨ ଏକର ଘରୋଇ ଜମିକୁ ଅଧିଗ୍ରହଣ କରାଯିବ। ଏନେଇ ଏସ୍‌ଆଇଏ ୟୁନିଟ ସର୍ଭେ କରି ଫେରିଛନ୍ତି। ଏହି ରାସ୍ତା ଡବଲ ଲାଇନ ହେବ ବୋଲି ରାସ୍ତା ଓ ଗୃହ ବିଭାଗ ନିବାହୀ ଯନ୍ତ୍ରୀ ଭାଷ୍କର ଚନ୍ଦ୍ର ସାମନ୍ତରାୟ କହିଛନ୍ତି।

ଜୟପୁର ବିମାନଘାଟିରୁ ଭୁବନେଶ୍ୱରକୁ ନିତି ଦିନିଆ ବ୍ୟବସାୟିକ ଉଡ଼ାଜାହାଜ ଉଡ଼ିବା ନେଇ ପୂର୍ବରୁ ଦ୍ୱନ୍ଦ ରହିଥିଲା। ତେବେ କେନ୍ଦ୍ର ସରକାର ଏହାକୁ ‘ଉଡ଼ାଣ-୪’ରେ ସାମିଲ କରିଥିବାରୁ ଏନେଇ ଆଶା ଉଜ୍ୱଳ ହୋଇଛି।

ଉଜ୍ୱଳ ହୋଇଛି।

Comment