ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତ-ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ଟି-୨୦ ସିରିଜରେ ପ୍ରଥମ ମ୍ୟାଚରେ ଭାରତ ବାଜି ମାରିଥିଲା। ଶନିବାର ଦ୍ୱିତୀୟ ମ୍ୟାଚ୍‌ରେ ଓ୍ଵେଷ୍ଟଇଣ୍ଡିଜ ଟସ୍‌ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି। ଆଜିର ମ୍ୟାଚ୍‌ରେ ଯଦି ଭାରତ ଜିତି ବ ତେବେ ଦଳ ଟି-୨୦ ସିରିଜ ହାତେଇବ। ଆଉ କିଛି ସମୟ ମଧ୍ୟରେ ଭାରତ ବ୍ୟାଟିଂ ପାଇଁ ପଡ଼ିଆକୁ ଓହ୍ଲାଇବ।

ଏହି ମ୍ୟାଚ ତିରୁଭନନ୍ତପୁରମ୍‌ର ଗ୍ରୀନ୍‌ଫିଲ୍ଡ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ଭାରତୀୟ ଖେଳାଳି ଭଲ ପ୍ରଦର୍ଶନ କରି ସିରିଜ ହାତେଇବାକୁ ଚେଷ୍ଟା କରିବେ। ଭାରତ ପ୍ରଥମେ ବ୍ୟାଟିଂ କରୁଥଇବାରୁ ବିପକ୍ଷ ଦଳ ଆଗରେ ବିଶାଳ ରନ୍‌ ଛିଡ଼ା କରିବାକୁ ପଡ଼ିବ। ସେହିପରି ବୋଲ୍‌ରମାନେ କମ୍‌ ରନ ସହିତ ୱିକେଟ୍‌ ନେବାକୁ ପଡ଼ିବ।

ଭାରତୀୟ ଟିମ୍‌ – ରୋହିତ୍ ଶର୍ମା, ଲୋକେଶ ରାହୁଲ, ବିରାଟ୍ କୋହଲି(କ୍ୟାପଟେନ୍‌), ଶ୍ରେୟସ୍ ଆୟର୍‌, ଋଷଭ ପନ୍ତ(ୱିକେଟକିପର), ଶିବମ ଦୁବେ, ୱାଶିଂଟନ୍ ସୁନ୍ଦର, ରବୀନ୍ଦ୍ର ଜାଡେଜା, ଭୁବନେଶ୍ୱର କୁମାର, ଦୀପକ ଚହର୍‌, ୟୁଜବେନ୍ଦ୍ର ଚହଲ୍।

ୱେଷ୍ଟଇଣ୍ଡିଜ୍ ଟିମ୍‌ –ଲେଣ୍ଡନ୍ ସିମନ୍ସ, ଏଭିନ୍ ଲୁଇସ୍‌, ବ୍ରାଣ୍ଡନ୍ କିଙ୍ଗ୍‌, ନିକୋଲାସ ପୁରୁନ୍‌(ୱିକେଟକିପର), ଶିମରନ୍ ହେଟମେୟର୍‌, କିରନ ପୋଲାର୍ଡ (କ୍ୟାପଟେନ୍‌), ଜେସନ୍ ହୋଲ୍ଡର, ଖାରୀ ପିଏରୀ, କେସରିକ୍ ୱିଲିୟମ୍ସ, ହେଡେନ୍ ୱାଲ୍ସ ଜୁନିୟର୍, ଶେଲଡନ୍ କଟ୍ଟରେଲ୍‌।

Comment