ଓଡ଼ିଶାଲାଇଭ୍‌ ବ୍ୟୁରୋ

Koraput କୋରାପୁଟ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଆଇନ୍‌ ଅମାନ୍ୟ କରି ଜାତୀୟ ରାଜପଥ ଅବରୋଧ କରିଥିବାରୁ ପୋଲିସ ୧୬୪ ଜଣଙ୍କ ନାଁରେ ମାମଲା ରୁଜୁ କରିଛି। ଏହି ମାମଲା କୋରାପୁଟ ଜିଲ୍ଲାର ୩ଟି ଥାନାରେ ରୁଜୁ ହୋଇଛି। ଜୟପୁର ସଦର ପୋଲିସ ୧୫ ଜଣଙ୍କ ନାମରେ ମାମଲା ରୁଜୁ କରିଥିବା ବେଳେ ସୁନାବେଡ଼ା ପୋଲିସ ୯୪ ଜଣ ଏବଂ ଦାମାନଯୋଡ଼ି ପୋଲିସ ୫୫ ଜଣଙ୍କ ନାଁରେ ମାମଲା ରୁଜୁ କରିଛି।

Koraput

ଶୁକ୍ରବାର କୋରାପୁଟ ଜିଲ୍ଲାର ସୁନାବେଡ଼ା ଏବଂ ବୋରିଗୁମ୍ମାରେ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ଏନେଇ ପ୍ରତିବାଦ କରି ଲୋକେ ଜାତୀୟ ରାଜପଥ ଘେରାଉ କରିଥିଲେ। ସେହିପରି ନାଲ୍‌କୋ ପୁଟ୍ରାଘାଟିଠାରେ କିଛି ଜମି ହରା ବ୍ୟକ୍ତି ଚାକିରି ଦାବି କରି ରାଜପଥ ଅବରୋଧ କରିଥିଲେ।

ରାଜପଥ ଅବରୋଧ ଯୋଗୁଁ ଆମ୍ବୁଲାନ୍ସ ସେବା ବ୍ୟାହାତ ହେବା ସହ ହଜାର ହଜାର ମୋଟର ଯାନ, ଯାତ୍ରୀମାନେ ହନ୍ତସନ୍ତ ହୋଇଥିଲେ। ଯାତ୍ରୀ ଦିଜ ଗନ୍ତବ୍ୟ ସ୍ଥଳକୁ ଯାଇ ନପାରି ଘଣ୍ଟା ଘଣ୍ଟା କରି ଘଟଣାସ୍ଥଳରେ ଅଟକି ବହୁ ଅସୁବିଧାର ସମ୍ମୁଖିନ ହୋଇଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ସର୍ବସାଧାରଣ ରାସ୍ତା ଓ ଜାତୀୟ ରାଜପଥ କୌଣସି ପରିସ୍ଥିତିରେ କେହି ବନ୍ଦ କରିପାରିବେ ନାହିଁ। ଏହି ନିର୍ଦ୍ଦେଶନାମାକୁ ଆଧାର କରି ପୋଲିସ ୧୬୪ ଜଣଙ୍କ ନାଁରେ ମାମଲା ରୁଜୁ କରିଛି।

Comment