ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁରୀ: ମହାପ୍ରଭୁଙ୍କ ଦର୍ଶନ କଲେ ବଲିଉଡ ଲୋକପ୍ରିୟ ଅଭିନେତା ଗୋବିନ୍ଦା। ରବିବାର ରାତି ପ୍ରାୟ ସାଢ଼େ ୯ଟା ବେଳେ ନିଜ ଧର୍ମପତ୍ନୀ ସୁନୀତା ଆହୁଜାଙ୍କ ସହ ପୁରୀ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିଥିଲେ।

ଏହାର ଦିନକ ପୂର୍ବରୁ ସୁନୀତା ଏକୁଟିଆ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ରବିବାର ଦୁହେଁ ସାଙ୍ଗ ହୋଇ ମହାପ୍ରଭୁଙ୍କ ଦର୍ଶକ କରିଥିବା ଦେଖିବାକୁ ମିଳିଥିଲା। ଏହି ଅବସରରେ ଦୁଇଜଣ ପ୍ରାୟ ଦେଢ଼ ଘଣ୍ଟାରୁ ଅଧିକ ସମୟ ଧରି ଶ୍ରୀମନ୍ଦିର ଭିତରେ ରହିବା ସହ ମହାପ୍ରଭୁଙ୍କ ବଡ଼ସିଂହାର ବେଶ ଦର୍ଶନ କରିଥିଲେ।

ମହାପ୍ରଭୁଙ୍କ ଦର୍ଶନ ସାରି ଶନିବାର ରାତିରେ ଉଭୟ ଭୁବନେଶ୍ୱର ଫେରି ଯାଇଥିଲେ।

Comment