ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତ ରଣଜୀ ସିଜିନରେ ଓଡ଼ିଶା ନିଜର ଅଭିଯାନ ଆରମ୍ଭ କରିଛି। ସୋମବାର ଛତିଶଗଡ଼ ବିପକ୍ଷ ମ୍ୟାଚ୍‌ର ପ୍ରଥମ ଦିନରେ ଓଡ଼ିଶା ବୋଲର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ଏହି ମ୍ୟାଚ୍‌ରେ ଓଡ଼ିଶା ଛତିଶଗଡ଼ ଦଳକୁ ମାତ୍ର ୧୩୪ ରନ୍‌ରେ ଅଲଆଉଟ୍ କରିଦେଇଛି।

ରାୟପୁରରେ ଖେଳାଯାଉଥିବା ଏହି ମ୍ୟାଚରେ ଟସ୍ ଜିତି ଓଡ଼ିଶା ଫିଲ୍‌ଡିଂ ପାଇଁ ନିଷ୍ପତ୍ତି ନେଇଥିଲା। ଫଳରେ ପଡ଼ିଆକୁ ବ୍ୟାଟିଂ ପାଇଁ ଓହ୍ଲାଇଥିଲା ଛତିଶଗଡ଼। ଆରମ୍ଭରଉ ହିଁ ଛତିଶଗଡ଼ର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ଦଳ ମାତ୍ର ୨୩ ରନରେ ନିଜର ପ୍ରଥମ ତିନୋଟି  ୱିକେଟ୍ ହରାଇଥିଲା।

ଏହାପରେ ତଳ ଅର୍ଡର ବ୍ୟାଟମ୍ୟାନଙ୍କ ଯୋଗୁଁ ଦଳୀୟ ସ୍କୋର ୧୦୦ ପାର୍ କରିଥିଲା। ତେବେ ମାତ୍ର ୧୩୪ ରନରେ ଅଲଆଉଟ୍ ଛତିଶଗଡ଼ ହୋଇଯାଇଥିଲା। ଓଡ଼ିଶା ପକ୍ଷରୁ ରାଜେଶ ମହାନ୍ତି ସର୍ବାଧିକ ୬ଟି ୱିକେଟ୍ ନେଇଥିଲାବେଳେ, ବସନ୍ତ ମହାନ୍ତି ତିନୋଟି ୱିକେଟ ନେଇଥିଲେ।

ଏହାପରେ ପ୍ରଥମ ଦିନରେ ହିଁ ଓଡ଼ିଶାକୁ ବ୍ୟାଟିଂ କରିବାକୁ ସୁଯୋଗ ଓହ୍ଲାଇଥିଲା। ତେବେ ଓଡ଼ିଶା ମଧ୍ୟ ମାତ୍ର ୪୮ ରନରେ ନିଜର ୩ ୱିକେଟ୍ ହରାଇସାରିଛି। ଦଳ ପକ୍ଷରୁ ବର୍ତ୍ତମାନ ବିପ୍ଲବ ସାମନ୍ତରାୟ ଓ ଗୋବିନ୍ଦ ପୋଦ୍ଦାର ଯଥାକ୍ରମେ ୪ ଓ ୦ ରନରେ ଅପରାଜିତ ରହି ବ୍ୟାଟିଂ କରୁଛନ୍ତି।

Comment