ଓଡ଼ିଶାଲାଇଭ୍ ବ୍ୟୁରୋ

ଲୋକସଭାରେ ନାଗରିକ ସଂଶୋଧନ ବିଲ ଉପସ୍ଥାପନ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ସୋମବାର ଅମିତ ଶାହ ବିଲକୁ ଆଗତ କରିବା ପରେ ଲୋକସଭାରେ ବିରୋଧୀମାନଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି।

ଲୋକସଭାରେ ନାଗରିକ ସଂଶୋଧନ ବିଲକୁ କଂଗ୍ରେସ, ତୃଣମୂଳ କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ବିରୋଧ କରିଛନ୍ତି। କଂଗ୍ରେସ ଏହି ବିଲକୁ ସମ୍ବିଧାନର ବିରୋଧ ବୋଲି କହୁଛି। ସେହିପରି ମୁସଲିମ୍ ନେତା ଅସଉଦ୍ଧିନ୍ ଔବେସି ଏହାକୁ ଭାରତର ଧର୍ମନିରପେକ୍ଷତା ନୀତିର ଉଲଂଘନ ବୋଲି କହିଛନ୍ତି।

ଏହାର ଜବାବ ଦେଇ ଅମିତ ଶାହ କହିଛନ୍ତି ଯେ, ଏହି ବିଲ ବିଲକୁଲ୍ ବି ସମ୍ବିଧାନକୁ ଉଲ୍ଲଘଂନ କରିନାହିଁ। ସମସ୍ତ ଦିଗକୁ ଦୃଷ୍ଟି ଦେଇ ଏହାକୁ ପ୍ରସ୍ତୁତ କରାଯାଇଛି।  ବିରୋଧୀମାନେ ଏହାକୁ ବିରୋଧ କରିବା ବନ୍ଦ କରନ୍ତୁ ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।

ନାଗରିକ ସଂଶୋଧନ ବିଲ ନାଗରିକତା ଅଧିନିୟମ ୧୯୫୫ରେ ପରିବର୍ତ୍ତନ କରିବ। ନୂଆ ଆଇନ୍ ଅନୁସାରେ  ହିନ୍ଦୁ, ଶିଖ, ବୌଦ୍ଧ, ପାର୍ସି ଓ ଖ୍ରୀଷ୍ଟିଆନ ଧର୍ମର ଲୋକେ ଯେଉଁମାନେ ପାକିସ୍ତାନ, ଆଫଗାନିସ୍ତାନ, ବାଂଲାଦେଶରୁ ଭାରତ ଆସିଛନ୍ତି ସେମାନଙ୍କୁ ଭାରତୀୟ ନାଗରିକତା ମିଳିବ। ଏଥିପାଇଁ ସେମାନଙ୍କୁ ଭାରତରେ ୬ ବର୍ଷ ରହିବାକୁ ପଡ଼ିବ। ପୂର୍ବରୁ ୧୧ ବର୍ଷରୁ ଅଧିକ ଦିନ ରହିଥିଲେ ନାଗରିକତା ମିଳୁଥିଲା। ଏହି ନୂଆ ବିଲରେ ମସଲିମାନଙ୍କୁ ସ୍ଥାନ ନମିଳିଥିବାରୁ ଏହାକୁ ନେଇ ବିରୋଧୀମାନେ ବିରୋଧ କରିଛନ୍ତି।

Comment