ଓଡ଼ିଶାଲାଇଭ୍ ବ୍ୟୁରୋ

ନବରଙ୍ଗପୁର ଜିଲ୍ଲା ଲୋକ ମହୋତ୍ସବ ମଣ୍ଡେଇର ମଞ୍ଚ ନାଟକ ଉଦଘାଟିତ ହୋଇଯାଇଛି। ଏହି ମଞ୍ଚ ନାଟକ ନବରଙ୍ଗପୁର ଉପକଣ୍ଠସ୍ଥ ଶାସ୍ତ୍ରୀଭବନଠାରେ ଉଦ୍‌ଘାଟିତ ହୋଇଛି। ଏହି ଉଦଘାଟନୀ ଉତ୍ସବରେ ନବରଙ୍ଗପୁର ଜିଲ୍ଲାପାଳ ଅଜିତ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନୀୟ ଅତିଥି ଭାବେ ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ନିମାଇଁ ଚରଣ ସୁତାର, ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ଯୋଗ ଦେଇ ଥିଲେ। ଏହି ମଞ୍ଚ ନାଟକ ୧୧ତାରିଖ ପର୍ଯ୍ୟନ୍ତ ଚାଲିବ।

ମଞ୍ଚ ନାଟକର ପ୍ରଥମ ଦିନରେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଦ୍ୱାରା ଅୟୋଜିତ ନାଟକ ‘ଫାଶୀ’ ମଞ୍ଚସ୍ଥ ହୋଇଥିଲା। ସମାଜରେ ଘଟୁଥିବା ଅନେକ ଅକୁହା କଥାକୁ ନେଇ ତ୍ରିଶକ୍ତି ସିନେର ନାଟକ ଫାଶୀ ମଞ୍ଚସ୍ଥ ହୋଇଥିଲା। ଏହି ନାଟକକୁ ମନୋଜ କୁମାର ପଟ୍ଟନାୟକ ନିର୍ଦ୍ଦେଶନା ଦେଇଥିବା ବେଳେ ସଂଜୀବ ସିଂ ଏହାକୁ ରଚନା କରିଥିଲେ।

ଏହି ନାଟକରେ ବେବି ରାଣୀ, ଵିଷ୍ଣୁ ବିଷୋୟୀ, ନିର୍ମଳ ସାହୁ, ପ୍ରକାଶ ଚନ୍ଦ୍ର ବାରିକ, ଟଙ୍କ ଯାନୀ, ପାୟଲ ପ୍ରମୁଖ ଅଭିନୟ କରିଥିଲେ। ଏହି ନାଟକରେ ମୁରଲୀଧର ପଟ୍ଟନାୟକ ଓ କେ.ଶେଖର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏବଂ କୁମାର ସମର କଣ୍ଠ ଦାନ କରିଥିଲେ। ଏହି ମଞ୍ଚ ନାଟକ ଦେଖିବା ପାଇଁ ବହୁ ସଂଖ୍ୟକ କଳାକାର ଓ କଳା ପ୍ରେମୀଙ୍କ ଭିଡ଼ ଜମିଥିଲା। ମଣ୍ଡେଇ ଲୋକ ମହୋତ୍ସବ ମଞ୍ଚ ନାଟକ ଉଦଘାଟନୀ କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲା ସାଂସ୍କୃତିକ ଅଧିକାରୀ ମହେନ୍ଦ୍ର କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ।

Comment