ଓଡ଼ିଶାଲାଇଭ୍ ବ୍ୟୁରୋ

ବିନା ମସଲାରେ କେହି କେବେ ମଟନ, ଚିକେନ୍‌ ଖାଇନଥିବେ। ହେଲେ ବିନା ପିଆଜରେ ରାନ୍ଧନ୍ତୁ ସ୍ଵାଦିଷ୍ଟ କଞ୍ଚା ଲଙ୍କା ମଟନ୍‌। 

ସାମଗ୍ରୀ

  • ଖାସି ମାଂସ – ୫୦୦ଗ୍ରାମ୍‌
  • ସୋରିଷ ତେଲ – ୨ ଚାମଚ
  • କଞ୍ଚା ଲଙ୍କା – ୧୨ଟି
  • ଟମାଟୋ – ୧ଟି
  • କସ୍ତୁରୀ ମେଥି –ଗୋଟେ ଚାମଚ
  • ଧନିଆ ପତ୍ର
  • ହଳଦୀ ଗୁଣ୍ଡ – ୧ ଚାମଚ
  • ଲଙ୍କା ଗୁଣ୍ଡ – ୨ ଚାମଚ
  • ଲୁଣ ସ୍ୱାଦ ଅନୁଯାୟୀ
  • ଗରମ ମସଲା

ପ୍ରଣାଳୀ

ପ୍ରଥମେ ଗ୍ୟାସ୍‌ ଲଗାଇ କଡ଼େଇ ରଖନ୍ତୁ। ଏବେ ଏଥିରେ ଦୁଇ କପ୍‌ ପାଣି ସହ ୧୨ଟା ଲଙ୍କା ପକାଇ ଫୁଟିବାକୁ ଛାଡ଼ିଦେବା। ଏବେ ଏଥିରେ ମଟନ୍‌ ପକାଇ ୫ ମିନିଟ୍‌ ଯାଏଁ ଘୋଡ଼ାଇ ଦେବା। ଏଥିରେ ଗ୍ୟାସ୍‌କୁ ଅଧିକ ଆଞ୍ଚରେ ରଖିବା। ମଟନ୍‌ ଫୁଟିଗଲା ପରେ ଏଥିରେ ଲଙ୍କାଗୁଣ୍ଡା ଦୁଇ ଚାମଚ, ହଳଦୀ ଗୁଣ୍ଡ ଗୋଟେ ଚାମଚ ଏବଂ ଲୁଣ ସ୍ୱାଦ ଅନୁସାରେ ପକାଇ ମିଶାଇ ଦେବା। ଏବେ ଏଥିରେ ଦୁଇ ଚାମଚ ସୋରିଷ ତେଲ ପକାଇବା। ଏବେ ଏହାକୁ ଘୋଡ଼ାଇ ଦେବା। ମାଂସ ଦର ସିଝା ହୋଇଗଲା ପରେ ଏବେ ଏଥିରେ ଟମାଟୋ ଗୋଟେ କାଟି ମିଶାଇବା। ପାଞ୍ଚ ମିନିଟ୍‌ ପରେ ଗରମ ମସଲା ଗୁଣ୍ଡ, ଧନିଆ ପତ୍ର କଟା ପକାଇ ଘୋଡ଼ାଇ ଦେବା। ଏବେ ପ୍ରସ୍ତୁତ ହୋଇଗଲା ବିନା ପିଆଜ ରସୁଣରେ ପ୍ରସ୍ତୁତ କଞ୍ଚାଲଙ୍କା ମଟନ୍‌।

Comment