ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୟୂରଭଞ୍ଜ ଜିଲ୍ଲାରେ ପୁଣି ଏକ ଅଭାବନୀୟ ଘଟଣାଘଟିଛି। ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅଞ୍ଚଳରେ ଏକ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି। ପୋଲିସ ଅଭିଯୁକ୍ତକୁ ଅଟକ ରଖିଛି ତଦନ୍ତ ଜାରି ରଖିଛି।

ଅଟକ ରହିଥିବା ଅଭିଯୁକ୍ତ ଜଣକ ମଧ୍ୟ ନାବାଳକ ହୋଇଥିବା ଜଣାପଡ଼ିଛି। ଝାରପୋଖରିଆ ପୋଲିସ ୧୫୩/୧୯ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। .

ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାରେ ଦୁଷ୍କର୍ମ ଜନିତ ଘଟଣା ଥମିବାରେ ନାମ ନେଉନାହିଁ। ନିକଟରେ ହୋଇଥିବା ରାଇରଙ୍ଗପୁର କଲେଜ ଅଧ୍ୟାପିକାଙ୍କ ଦୁଷ୍କର୍ମ ପରେ ଆତ୍ମହତ୍ୟା ଘଟଣା ସାରା ଓଡ଼ିଶାରେ ଚର୍ଚ୍ଚାର ବର୍ତ୍ତମାନ ବିଷୟ ପାଲଟିଛି।

Comment