ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲୋକେ ପ୍ରଶ୍ନ ପଚାରିବେ, ଉତ୍ତର ଦେବେ ପୋଲିସ କମିସନର। ଲୋକମାନଙ୍କ ସମସ୍ୟା ଶୁଣିବା ପାଇଁ ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଏକ ଅଭିନବ ପ୍ରୟାସ କରିଛନ୍ତି। ଆସନ୍ତା ଡିସେମ୍ବର ୧୪ ତାରିଖରେ କମିସନର ଲାଇଭ୍‌ ଚାଟ୍‌ ଜରିଆରେ ଲୋକମାନଙ୍କ ପ୍ରଶ୍ନର ଉତ୍ତର ଦେବେ। ଏନେଇ ସୋମବାର ନିଜ ଟୁଇଟର ପୋଲିସ କମିସନର ଏହି ସୂଚନା ଦେଇଛନ୍ତି।

ସୋସିଆଲ ମିଡିଆରେ ଲୋକେ କମିସନଙ୍କୁ ସିଧାସଳଖ ପ୍ରଶ୍ନ ପଚାରିପାରିବେ। ଆସନ୍ତା ଡିସେମ୍ବର ୧୨ ତାରିଖ ଯାଏଁ ଲୋକେ ନିଜର ପ୍ରଶ୍ନ ପଚାରି ପାରିବେ। ଡିସେମ୍ବର ୧୪ରେ ଲାଇଭ୍‌ ଚାଟ୍‌ ମାଧ୍ୟମରେ ଏହିସବୁ ପ୍ରଶ୍ନର ଉତ୍ତର ରଖିବେ ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ।

କେମିତି ପଚାରିବେ ପ୍ରଶ୍ନ

ପ୍ରଶ୍ନ ପଚାରିବା ପାଇଁ ପୋଲିସ କମିସନର ଏକ ହାସ୍‌ ଟ୍ୟାଗ୍‌ ଆରମ୍ଭ କରିଛନ୍ତି। ଲୋକେ ଟୁଇଟରରେ ନିଜ ପ୍ରଶ୍ନ ଲେଖିବା ସହ #AskYourCP ଲେଖି ଟୁଇଟ୍‌ କରନ୍ତୁ। ଏହି ହାସ୍‌ ଟ୍ୟାଗ୍‌ ଜରିଆରେ ଆପଣଙ୍କ ପ୍ରଶ୍ନ କମିସନରଙ୍କ ପାଖରେ ପହଞ୍ଚିବ। ଡିସେମ୍ବର ୧୪ରେ ଏହି ପ୍ରଶ୍ନର ଉତ୍ତର ଲାଇଭ୍‌ ଚାଟ୍‌ ମାଧ୍ୟମରେ ରଖିବେ ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ।

Comment