ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦ୍ୱିତୀୟ ଦିନରେ ଶ୍ରୀମନ୍ଦିର ୭୫ ମିଟର ସୁରକ୍ଷା ଜୋନରେ ଆସୁଥିବା ଥିବା ମଙ୍ଗୁ ମଠ ଉଚ୍ଛେଦ ଜାରି ରହିଛି। ୪ ପ୍ଲାଟୁନ ପୋଲିସ ଫୋର୍ସଙ୍କ ଉପସ୍ଥିତିରେ ଏହି ଉଚ୍ଛେଦ କାର୍ଯ୍ୟ ଜାରି ହୋଇଛି।

ସୋମବାର ମଙ୍ଗୁ ମଠର ବ୍ୟବସାୟ ପ୍ରତିଷ୍ଠାନ  ଉଚ୍ଛେଦ  କରାଯାଇଛି। ରବିବାର ମଧ୍ୟ ମଠର କିଛି ଅଂଶକୁ ଭଙ୍ଗାଯାଇଥିଲା। ସୋମବାର ସକାଳୁ ମଠ ପରିସରରେ ଥିବା ଦୋକାନୀମାନେ ନିଜ ନିଜ ଦୋକାନ ଖାଲି କରିଥିଲେ। ଦୋକାନ ଖାଲି ପରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଥିଲା। ଆଜି ପ୍ରାୟ ମଠରେ ପରିସରରେ ଥିବା ୨୦ଟି ଦୋକାନ ଭଙ୍ଗା ହୋଇଛି। ମଠରେ ଠାକୁରଙ୍କ ଆସ୍ଥାନ ଭଙ୍ଗାଯିବ ନାହିଁ।

 

Comment