ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁରୀ: ବହୁଚର୍ଚ୍ଚିତ ପୁରୀ ଗଣଦୁଷ୍କର୍ମ ମାମଲାରେ ଧରାପଡ଼ିଲା ଆଉ ଜଣେ ଅଭିଯୁକ୍ତ। ଅଭିଯୁକ୍ତ ଜଣକ ହେଉଛନ୍ତି ଜଣେ ସିଆରପିଏଫ୍‌ ଯବାନ। ତାଙ୍କ ନାଁ ବୁଲୁ ବାରିକ। ତାଙ୍କୁ ରବିବାର ରାୟଗଡ଼ାରୁ ଗିରଫ କରିଛି ପୁରୀ ପୋଲିସ।

ଗିରଫ ଅଭିଯୁକ୍ତ ଜଣକ ପୁରୀ ଜିଲ୍ଲା ରେଣ୍ଢା ଗ୍ରାମର ବୁଲୁ ବାରିକ ଏବଂ ସେ ପଞ୍ଜାବ ରାଜ୍ୟରେ ସିଆରପିଏଫରେ କାର୍ଯ୍ୟରତ ରହିଥିବା ସୂଚନା ମିଳିଛି। ନିଜକୁ ପୋଲିସ କବଳରୁ ରକ୍ଷା କରିବାକୁ ଅଭିଯୁକ୍ତ ଜଣକ ରାୟଗଡ଼ାରେ ଆତ୍ମଗୋପନ କରିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଏହା ଏକ ସମ୍ବେଦନଶୀଳ ମାମଲା ହୋଇଥିବାରୁ ଏନେଇ କୌଣସି ପ୍ରକାର ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛି ରାୟଗଡା ପୋଲିସ ପ୍ରଶାସନ।

ଏକ ବିଶେଷ ସୂତ୍ରରୁ ଖବର ପାଇ ପୁରୀର ଏକ ପୋଲିସ ଟିମ ରାୟଗଡାରେ ପହଞ୍ଚି ଥିଲେ। ଏହାପରେ ପୁରୀ ପୋଲିସ ରାୟଗଡ଼ା ପୋଲିସ ସହାୟତାରେ ନାଗାବଳୀ ନଦୀ ଚେକାଗୁଡା ଘାଟରୁ ଅଭିଯୁକ୍ତ ଗାଧୋଇବାକୁ ଯାଇଥିବାବେଳେ ଅତର୍କିତ ଚଢ଼ାଉ କରି ଗାଧୁଆ ତୁଠରୁ ଅଭିଯୁକ୍ତକୁ ଗିରଫ କରିଥିଲେ।

Comment