ଓଡ଼ିଶାଲାଇଭ୍ ବ୍ୟୁରୋ

କର୍ଣ୍ଣାଟକରେ ହୋଇଥିବା ଉପନିର୍ବାଚନରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ଦଳର ବିପର୍ଯ୍ୟୟକୁ ନେଇ ବିଧାନସଭାରେ ବିରୋଧୀ ଦଳ ନେତା ସିଦ୍ଧରମେୟା ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇ ଦେଇଛନ୍ତି।

ସେହିପରି କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି ସଭାପତି ଦିନେଶ ଗୁଣ୍ଡୁ ରାଓ ମଧ୍ୟ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି।

୨୦୧୮ରେ ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ପାଇଁ ନିର୍ବାଚନ ହୋଇଥିଲା। ଏହି ନିର୍ବାଚନରେ ବିଜେପି ସର୍ବାଧିକ ୧୦୪ଟି ଆସନ ପାଇଥିଲା। କଂଗ୍ରେସ ୮୦ ଏବଂ ଜେଡିଏସ୍ ୩୭ଟି ଆସନରେ ବିଜୟୀ ହୋଇଥିଲା। ବିଜେପିକୁ ସରକାର ଗଠନରୁ ଦୂରେଇ ରଖିବା ପାଇଁ କଂଗ୍ରେସ ଓ ଜେଡିଏସ୍‌ ଏକାଠି ହୋଇଥିଲେ। ଫଳରେ କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ହୋଇଥିଲେ।

ପ୍ରାୟ ବର୍ଷକ ପରେ କର୍ଣ୍ଣାଟକରେ ପଲିଟିକାଲ ଡ୍ରାମା ଦେଖିବାକୁ ମିଳିଥିଲା। କଂଗ୍ରେସ, ଜେଡିଏସ୍‌ର କିଛି ବିଧାୟକ ଇସ୍ତଫା ଦେବାକୁ ସରକାର କୁମାରସ୍ୱାମୀ ସରକାର ଭାଙ୍ଗି ଯାଇଥିଲା। ବିଜେପି ସରକାର ଗଢ଼ିଥିଲା।

ଯେଉଁ ବିଧାୟକମାନେ ଇସ୍ତଫା ଦେଇଥିଲେ ସେଠାରେ ଉପ-ନିର୍ବାଚନ ହୋଇଥିଲା। ସେଠି କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି।

Comment