ଓଡ଼ିଶାଲାଇଭ୍ ବ୍ୟୁରୋ

ଆପଣଙ୍କ ପାଖକୁ ଟ୍ରାଫିକ୍‌ ଚାଲାଣ ଆସିଛି କି? ଟ୍ରାଫିକ୍‌ ଫାଇନ୍‌ କେଉଁଠି ଭରିବେ ତାହା ଜାଣିପାରୁ ନାହାନ୍ତି କି? ତେବେ ଜାଣନ୍ତୁ କେଉଁଠି ଭରିବେ ଜରିମାନା। ଏନେଇ କମିସନରେଟ୍ ପୋଲିସ ଟୁଇଟ୍ କରି ସୂଚନା ଦେଇଛନ୍ତି।

ଟୁଇଟରେ ଲେଖାଯାଇଛି ଯେ, ଏଣିକି ଟ୍ରାଫିକ୍ ନିୟମ ଉଲ୍ଲଘଂନକାରୀମାନେ ତିନୋଟି ଉପାୟରେ ଫାଇନ୍ ଭରିପାରିବେ।

୧- ଯେଉଁ ସ୍ଥାନରେ ସେ ଟ୍ରାଫିକ୍ ନିୟମ ଉଲ୍ଲଘଂନକରି ପୋଲିସ୍ ହାତରେ ଧରାପଡ଼ିଛନ୍ତି। ସେହି ସ୍ଥାନରେ ସେମାନେ ସାଙ୍ଗେସାଙ୍ଗେ ଚାଲାଣ ଜରିମାନା ଭରିପାରିବେ।

୨- ନଚେତ୍ କମିସନରେଟ୍ ଅଫିସରେ ଥିବା କାଉଣ୍ଟରରେ ମଧ୍ୟ ଲୋକମାନେ ଟ୍ରାଫିକ୍ ଫାଇନକୁ ଦାଖଲ କରିପାରିବେ।

୩- ସେହିପରି ଟ୍ରାଫିକ୍ ନିୟମ ଉଲଘଂନକାରୀଙ୍କ ମୋବାଇଲକୁ ଯାଇଥିବା ଲିଙ୍କ୍ ସାହାଯ୍ୟରେ ଲୋକମାନେ ଅନ୍‌ଲାଇନ୍‌ରେ ଚାଲାଣ ପଇସା ଦାଖଲ କରିପାରିବେ।

Comment