ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱର ବିଧାନସଭା ନିକଟସ୍ଥ ଏମ୍‌ଏଲଏ କଲୋନିରେ ବୁଲିଲା ବୁଲ୍‌ଡୋଜର। ପ୍ରଥମ ଦିନରେ ଭଙ୍ଗା ହେଲା କିଛି ବିଧାୟକଙ୍କ ବାସଭବନ। ପ୍ରଥମ ପର୍ଯ୍ୟାୟରେ ୪୨ଟି ବାସଭବନ ଭଙ୍ଗା ହେବ ବୋଲି ଚିହ୍ନଟ ହୋଇଛି। ଏବେ ୨୩ଟି ବାସଭବନ ଖାଲି ଅଛି। ଏହି ୨୩ କ୍ୱାର୍ଟର୍ସକୁ ପ୍ରଥମେ ଭଙ୍ଗାଯିବ।

ବିଧାନସଭା ନିକଟରେ ୨୦ ଏକର ଜମିରେ ୭୨ଟି କ୍ୱାର୍ଟର୍ସ ରହିଛି। ଏହି କ୍ୱାର୍ଟର୍ସ ଭଙ୍ଗା ଯିବ। ଏଠାରେ ୮ଟି ବ୍ଲକ ବିଶିଷ୍ଟ ଆପାର୍ଟମେଣ୍ଟ ନିର୍ମାଣ ହେବ। ଘର ଖାଲି କରିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ। ଏବେ ବହୁ ବିଧାୟକ ଘର ଖାଲି କରି ନାହାନ୍ତି।

ରବୀନ୍ଦ୍ରମଣ୍ଡପ ପଛପଟୁ ୧୨୦ ବାଟାଲିୟନ ପର୍ଯ୍ୟନ୍ତ ଥିବା ବିଧାୟକଙ୍କ କ୍ୱାର୍ଟର୍ସ ଭଙ୍ଗା ଯିବା ପାଇଁ ନିଷ୍ପତ୍ତି ହୋଇଛି। ବିଧାୟକମାନଙ୍କ ପାଇଁ ଆପାର୍ଟମେଣ୍ଟରେ ୧୪୦ଟି ଫ୍ଲାଟ ନିର୍ମାଣ କରାଯିବ। ଏଥିପାଇଁ ୪୦୦ କୋଟି ଟଙ୍କା ବ୍ୟୟବରାଦ କରାଯିବ। ଏହି ଆପାର୍ଟମେଣ୍ଟରେ ଜିମ୍‌, କମ୍ୟୁନିଟି ସେଣ୍ଟର, କଲ୍ୟାଣ ମଣ୍ଡପ ଆଦି ରହିବ। ଅତ୍ୟାଧୁନିକ ଶୈଳୀରେ ଆପାର୍ଟମେଣ୍ଟ ନିର୍ମାଣ ହେବ।

Comment