ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ଓ ୱେଷ୍ଟଇଣ୍ଡିଜ୍ ଟି-୨୦ ସିରିଜର ବୁଧବାର ଶେଷ ମ୍ୟାଚ୍ ଖେଳାଯିବ। ମୁମ୍ବାଇରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ଦୁଇ ଦଳ ପାଇଁ କର ବା ମର ଭଳି ପରିସ୍ଥିତି ସୃଷ୍ଟି କରିଛି।

ପ୍ରଥମ ମ୍ୟାଚକୁ ଭାରତ ଜିତିସାରିଥିଲାବେଳେ ଦ୍ୱିତୀୟ ମ୍ୟାଚରେ ଦମଦାର ବିଜୟ ସହ ସିରିଜକୁ ଫେରିଥିଲା ୱେଷ୍ଟଇଣ୍ଡିଜ୍। ଫଳରେ ଟି-୨୦ ସିରିଜ ବର୍ତ୍ତମାନ ୧-୧ ସ୍ଥିତିରେ ବରାବର ରହିଛି। ତୃତୀୟ ତଥା ଶେଷ ଟି-୨୦କୁ ଜିତି ଉଭୟ ଦଳ ବର୍ତ୍ତମାନ ସିରିଜ୍ କବଜା କରିବାକୁ ଲକ୍ଷ୍ୟ ରଖିଛନ୍ତି।ତୃତୀୟ ମ୍ୟାଚରେ ଭାରତୀୟ ଦଳ ବୋଲିଂ ଓ ଫିଲଡିଂ ଉପରେ ଗୁରୁତ୍ୱ ଦେବାକୁ ଚିନ୍ତା କରିବ। ଗତ ଦୁଇଟି ମ୍ୟାଚରେ ଭାରତୀୟ ଦଳର ବୋଲିଂ ଓ ଫିଲଡ଼ିଂ ଫେଲ୍ ମାରିଥିଲା। ଏହାସହ ଦଳରେ ସାମାନ୍ୟ ପରିବର୍ତ୍ତନ ହେବ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ମ୍ୟାଚରେ ୱାସିଂଟନ୍ ସୁନ୍ଦରଙ୍କ ବଦଳରେ କୁଲଦୀପ ଯାଦବଙ୍କୁ ଦଳରେ ସାମିଲ କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି। ଗତ ମ୍ୟାଚରେ ୱାସିଂଟନ୍ ଉଭୟ ବୋଲିଂ ଓ ଫିଲଡିଂରେ ଫେଲ୍ ମାରିଥିଲେ।ଅନ୍ୟପଟେ ଦମଦାର ବିଜୟ ପରେ ତୃତୀୟ ମ୍ୟାଚରେ ଦୃଢ଼ ମନୋବଳ ସହ ପଡ଼ିଆକୁ ଓହ୍ଲାଇବା ୱେଷ୍ଟଇଣ୍ଡିଜ୍। ଘରୋଇମାଟିରେ ଭାରତକୁ ସିରିଜ ହରାଇବା ଲକ୍ଷ୍ୟ ରଖିଛି ୱେଷ୍ଟଇଣ୍ଡିଜ୍।

Comment