ଓଡ଼ିଶାଲାଇଭ୍‌ ବ୍ୟୁରୋ

Rohit Sharma of India plays a shot during the third T20I match between India and the West Indies held at the Wankhede Stadium, Mumbai on the 11th December 2019.

ୱାଙ୍ଖଡେ ଷ୍ଟାଡିୟରେ ଭାରତର ରନ୍‌ ବର୍ଷା। ଭାରତ-ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଶେଷ ତଥା ନିର୍ଣ୍ଣାୟକ ଟି-୨୦ରେ ଭାରତୀୟ ଦଳ ଜବରଦସ୍ତ ବ୍ୟାଟିଂକରି ବିଜୟ ହାସଲ କରିଛନ୍ତି। ଭାରତ ପ୍ରଥମେ ବ୍ୟାଟିଂ କରି ନିଦ୍ଧାରିତ ୨୦ ଓଭରରେ ୩ଟି ୱିକେଟ୍‌ ହରାଇ ୨୪୦ ରନ୍‌ ସଂଗ୍ରହ କରିଥିଲା। ୨୪୧ ରନ୍‌କୁ ଟାର୍ଗେଟ୍‌ରେ ରଖି ୱେଷ୍ଟଇଣ୍ଡିଜ୍‌ ମାତ୍ର ୧୭୩ ରନ୍‌ରେ ଅଟକି ଯାଇଛି। ଫଳରେ ଭାରତ ୬୭ ରନ୍‌ରେ ମ୍ୟାଚ୍‌ ସହିତ ସିରିଜ ବିଜୟୀ ହୋଇଛି।

Virat Kohli captain of India plays a shot during the third T20I match between India and the West Indies held at the Wankhede Stadium, Mumbai on the 11th December 2019.

ୱେଷ୍ଟଇଣ୍ଡିଜ୍‌ ଟସ୍‌ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ମ୍ୟାଚ୍‌ ଆରମ୍ଭରୁ ଭାରତର ଓପନର ରୋହିତ ଶର୍ମା ଏବଂ କେଏଲ୍‌ ରାହୁଲ ବ୍ୟାଟିଂ ଦମ୍‌ଦାର ପ୍ରଦର୍ଶନ କରିଥିଲେ। ରୋହିତ ୩୬ ବଲ୍‌ରେ ୭୧ ରନ୍‌(୫ ଛକା, ୬ ଚୌକା) ସଂଗ୍ରହ କରିଥିବା ବେଳେ ରାହୁଲ ୫୬ ବଲ୍‌ରେ ୫୧ ରନ୍‌(୪ ଛକା, ୯ ଚୌକା) ସଂଗ୍ରହ କରିଛନ୍ତି।

ଅନ୍ୟପକ୍ଷରେ ଅଧିନାୟକ ବିରାଟ କୋହଲିଙ୍କ ଦୁର୍ଦ୍ଦଶ ବ୍ୟାଟିଂ ଆଗରେ ଇଣ୍ଡିଜ୍‌ ଦଳର ବୋଲିଂ କାମ କରିନଥିଲା। କୋହଲି ବ୍ୟକ୍ତିଗତ ଭାବେ ମାତ୍ର ୨୯ ବଲ୍‌ରେ ୭୦ ରନ୍‌ର ବିଶାଳ ସ୍କୋର କରିଛନ୍ତି। ଫଳରେ ଭାରତ ୨୦ ଓଭର ସୁଦ୍ଧା ୩ଟି ୱିକେଟ୍‌ ହରାଇ ୨୪୦ ରନ୍‌ ସଂଗ୍ରହ କରିଥିଲା।

KL Rahul of India and Rohit Sharma of India during the third T20I match between India and the West Indies held at the Wankhede Stadium, Mumbai on the 11th December 2019.

୨୪୧ ରନ୍‌କୁ ଟାର୍ଗେଟ୍‌ ନେଇ ୱେଷ୍ଟଇଣ୍ଡିଜ୍‌ ଦଳ ଆରମ୍ଭରୁ ଖରାପ ପ୍ରଦର୍ଶନ କରିଥିଲା। ଦଳ ମାତ୍ର ୧୭ ରନ୍‌ରେ ୩ଟି ୱିକେଟ୍‌ ହରାଇ ବସିଥିଲା। ତେବେ କିରନ ପୋଲର୍ଡଙ୍କ ୬୮ର ଦମ୍‌ଦାର ବ୍ୟାଟିଂରେ ଦଳ ୧୭୩ ରନ୍‌ରେ ଅଟକି ଯାଇଛି। ଫଳରେ ଭାରତ ମ୍ୟାଚ୍‌ ସହ ସିରିଜ କବ୍‌ଜା କରିଛି।

Comment