ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶ୍ରୀମନ୍ଦିର ୭୫ମିଟର ସୁରକ୍ଷା ଜୋନରେ ଆସୁଥିବା ସାନଛତା ମଠ ଉଚ୍ଛେଦ କାର୍ଯ୍ୟ ବୁଧବାରଠୁ ଆରମ୍ଭ ହୋଇଛି। ପୁରୀ ଏଡିଏମ୍‌ଙ୍କ ସହ ବ୍ୟାପକ ପୋଲିସ ଫୋର୍ସ ଉପସ୍ଥିତିରେ ସାନଛତା ମଠର ପଛ ପାର୍ଶ୍ୱରୁ ଭଙ୍ଗା କାର୍ଯ୍ୟ ଜାରି ରହିଛି।

ଗତ ୩ ଦିନ  ହେବ ମଙ୍ଗୁ ମଠର ଉଚ୍ଛେଦ ଚାଲିଥିଲା। ଆଜି ଚତୁର୍ଥ ଦିନରେ ମଙ୍ଗୁ ମଠର ବ୍ୟାବସାୟିକ ପ୍ରତିଷ୍ଠାନ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି।  ସୁରକ୍ଷା ଦୃଷ୍ଟିରୁ ମଠ ଉଚ୍ଛେଦ କାର୍ଯ୍ୟ ନିକଟରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।

Comment