ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚୀନ୍‌ ସ୍ମାର୍ଟଫୋନ କମ୍ପାନି ମଙ୍ଗଳବାର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ Redmi K30 ସ୍ମାର୍ଟଫୋନ ଲଞ୍ଚ୍‌ କରିଛି। ଏହି ସ୍ମାର୍ଟଫୋନ ସହ କମ୍ପାନି ବିଭିନ୍ନ ଏମ୍‌ଆଇ ପ୍ରଡକ୍ଟ୍‌ସ ମଧ୍ୟ ଲଞ୍ଚ୍‌ କରିଥିଲା। ଏହି କାର୍ଯ୍ୟକ୍ରମରେ କମ୍ପାନି  ନୂଆ ସ୍ମାର୍ଟ ସ୍ପିକର ଲଞ୍ଚ୍‌ କରିଛି, ଯାହାର ନାଁ Redmi XiaoAI Speaker Play। ଏହି ସ୍ପିକରରେ କମ୍ପାନି ଭଏସ ରେକୋଗ୍ନିସନ ଫିଚର ଦେଇଛି।

ଏହି ସ୍ମାର୍ଟ ସ୍ପିକରରେ ୫ ୱାଟ୍‌ର ଏକ ସ୍ପିକର ଦିଆଯାଇଛି, ଯେଉଁଥିରେ ଭର୍ଚୁଆଲ ଆସିଷ୍ଟାଣ୍ଟ ଦିଆଯାଇଛି। ଏହା ଦ୍ୱାରା ଡିଭାଇସ୍‌ ଆପଣଙ୍କ କହିବା ଅନୁଯାୟୀ କାମ କରିବ। ଏଥିରେ ୫ଟି ଏଲ୍‌ଇଡି ଦିଆଯାଇଛି। ତେବେ ଗୁଗୁଲ ହୋମ୍‌ ଏବଂ ଆମାଜନ ଇକୋକୁ ଦେଖି ଏହାକୁ ବନାଯାଇଥିବା କୁହାଯାଉଛି।

ଏହି ସ୍ମାର୍ଟ ସ୍ପିକର ଭାରତୀୟ ମୁଦ୍ରା ଅନୁଯାୟୀ ୮୦୦ ଟଙ୍କା ରହିଛି। ଏହାର ବିକ୍ରି ଆସନ୍ତା ଡିସେମ୍ବର ୧୨ରୁ ଆରମ୍ଭ ହେବ। ଗ୍ରାହକ ଏହା ପ୍ରି ଅର୍ଡର ମଧ୍ୟ କରିପାରିବେ। ତେବେ ଏହା ଭାରତକୁ କେବେ ଆସିବ ସେନେଇ କୌଣସି ସୂଚନା ଦିଆଯାଇନାହିଁ।

Comment