ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁରୀ: ରୋଗ ଭଲ କରିବାକୁ ଯାଇଥିଲେ ଡାକ୍ତରଖାନା। ହେଲେ ସେଠାରେ ଭୁଲ୍‌ ଇଞ୍ଜେକସନ୍‌ ଯୋଗୁଁ ୫୯ ଜଣ ରୋଗୀ ଗୁରୁତର ହୋଇ ପଡ଼ିଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ସଦର ଡାକ୍ତରଖାନାରେ। ଏହି ଘଟଣା ପରେ ଡାକ୍ତରଖାନାରେ ଥିବା ସମସ୍ତ ଇଞ୍ଜେକସନ୍‌ ଜବତ କରାଯିବା ସହ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

ଡାକ୍ତର ପିଏମ ମଲ୍ଲିକ ଘଟଣା ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଲିଖିତ ରିପୋର୍ଟ ଦେଇଛନ୍ତି। ଏହି ଘଟଣାକୁ କେନ୍ଦ୍ରକରି ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି। ଇଞ୍ଜେକସନ୍‌ ନେଇଥିବା ବ୍ୟକ୍ତିମାନେ ଜ୍ଵର, ବାନ୍ତି ଏବଂ ମୁଣ୍ଡବିନ୍ଧାରେ ଆକ୍ରାନ୍ତ ହୋଇଛନ୍ତି।

ଡାକ୍ତରଖାନା ଗୋଦାମରେ ରହିଥିବା ଇଞ୍ଜେକସନ୍‌ଗୁଡିକୁ ବ୍ୟବହାର ନକରିବା ପାଇଁ ସିଡିଏମ୍‌ଓ ଡାକ୍ତର ନୀଳକଣ୍ଠ ମିଶ୍ର ନିର୍ଦେଶ ଦେଇଛନ୍ତି। ଏହାସହ ଭୁଲ୍‌ ଇଞ୍ଜେକସନ୍‌ ଯୋଗାଇଥିବା କମ୍ପାନୀ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଡାକ୍ତର ସୁପାରିସ କରିଛନ୍ତି। ।

Comment