ଓଡ଼ିଶାଲାଇଭ୍ ବ୍ୟୁରୋ
ସ୍ମାର୍ଟଫୋନ ନିର୍ମାତା କମ୍ପାନି ଆସସ୍ ଭାରତରେ ଏହାର ୩ଟି ସ୍ମାର୍ଟଫୋନର ଦାମ୍ କମ୍ କରିଦେଇଛି। ମ୍ୟାକ୍ସ୍ ପ୍ରୋ ଏମ୍୧, ମ୍ୟାକ୍ସ ଏମ୍୨, ମ୍ୟାକ୍ସ ଏମ୍ ୧ ସ୍ମାର୍ଟଫୋନର ଦାମ୍ ଶସ୍ତା ହୋଇଛି। ଇ-କମର୍ସ ସାଇଟ୍ ଫ୍ଲିପ୍କାର୍ଟରୁ ଗ୍ରାହକ ନୂଆ ଦାମ୍ରେ ଏହି ସ୍ମାର୍ଟଫୋନଗୁଡ଼ିକୁ କିଣି ପାରିବେ।
ଲୋକପ୍ରିୟ ଆସସ୍ ମ୍ୟାକ୍ସ୍ ପ୍ରୋ ଏମ୍୧ ସ୍ମାର୍ଟଫୋନ୍ର ଦାମ୍ ୫୦୦ ଟଙ୍କା ଶସ୍ତା ହୋଇଛି। ଗ୍ରାହକ ବର୍ତ୍ତମାନ ଏହି ସ୍ମାର୍ଟଫୋନର 3GB+32GB ଭାରିଏଣ୍ଟକୁ ୭,୪୯୯ ଟଙ୍କାରେ ପାଇପାରିବେ। 4GB+64GB ଭାରିଏଣ୍ଟକୁ ୮,୪୯୯ ଏବଂ 6GB + 64GB ଭାରିଏଣ୍ଟକୁ ୧୧,୪୯୯ ଟଙ୍କାରେ ପାଇପାରିବେ।
ସେହିପରି ମ୍ୟାକ୍ସ ଏମ୍୨ ସ୍ମାର୍ଟଫୋନର ଦାମ୍ ମଧ୍ୟ ୫୦୦ ଟଙ୍କା କମି ୭,୪୯୯ଟଙ୍କାରେ ମିଳୁଛି। ଏହି ଦାମ୍ରେ 3GB+32GB ଭାରିଏଣ୍ଟ ରହିଛି। 4GB+64GB ଭାରିଏଣ୍ଟକୁ ଗ୍ରାହକ ୮,୯୯୯ ଟଙ୍କାରେ ପାଇପାରିବେ। ଅନ୍ୟପକ୍ଷରେ ମ୍ୟାକ୍ସ ଏମ୍ ୧ ସ୍ମାର୍ଟଫୋନରେ ୧ ହଜାର ଟଙ୍କାର ରିହାତି ଦିଆଯାଉଛି। ଗ୍ରାହକ ଏବେ ଏହାକୁ ୫,୯୯୯ ଟଙ୍କାର କିଣିପାରିବେ।