ଓଡ଼ିଶାଲାଇଭ୍‌ ବ୍ୟୁରୋ

ସରିବାକୁ ଯାଉଛି ୨୦୧୯ ମସିହା। ତେବେ ଏହି ବର୍ଷରେ ଗୁଗୁଲ ପ୍ଲେ ଷ୍ଟୋରରେ କ’ଣ ରହିଛି ବେଷ୍ଟ ଆଣ୍ଡ୍ରଏଡ୍‌ ଆପ୍‌ସ। ନିକଟରେ ଗୁଗୁଲ ପକ୍ଷରୁ ଏନେଇ ଏକ ତାଲିକା ଜାରି କରାଯାଇଛି। ଏହି ଆପ୍‌ଗୁଡ଼ିକ ବିଭିନ୍ନ କାଟେଗୋରୀରେ ରହିଛି। ଗେମିଂ କାଟେଗୋରୀ ଦେଖିବାକୁ ଗଲେ, ୨୦୧୯ ମସିହାରେ Call Of Duty: Mobile ଗେମ୍‌ ପ୍ରଥମ ସ୍ଥାନରେ ରହିଛି।

ଗୁଗଲ ପ୍ଲେ ଷ୍ଟୋର ବେଷ୍ଟ୍‌ ଅଫ୍‌ ୨୦୧୯ରେ ୟୁଜର୍ସ ଚଏସ୍‌ ନାମରେ ଏକ କାଟେଗୋରୀ ରହିଛି। ଏହି କାଟେଗୋରୀରେ ଲୋକେ Call Of Duty: Mobileକୁ ବର୍ଷର ଶ୍ରେଷ୍ଠ ଆପ୍‌ ବୋଲି ଦର୍ଶାଇଛନ୍ତି। ସେହିପରି ମୋଟ ଉପରେ ଦେଖିବାକୁ ଗଲେ ୟୁଜର୍ସ ଚଏସ୍‌ରେ Spotify ଆପ୍‌ ରହିଛି ପ୍ରଥମ ସ୍ଥାନରେ। ଏହା ହେଉଛି ଅନ୍‌ଲାଇନ୍‌ ମ୍ୟୁଜିକ୍‌ ଷ୍ଟ୍ରିମିଂ ଆପ୍‌।

ବେଷ୍ଟ୍‌ ପର୍ସନାଲ ଗ୍ରୋଥ୍‌ ଆପ୍ସ ୨୦୧୯ ତାଲିକାରେ ରହିଛି Meesho ଆପ୍‌। ଏହି ଆପ୍‌ରେ ଅନ୍‌ଲାଇନ୍‌ରେ ଟଙ୍କା ରୋଜଗାର କରିବାର ବିଭିନ୍ନ ପନ୍ଥା କୁହାଯାଇଥାଏ। ଏହାସହ ଆପ୍‌ ପକ୍ଷରୁ ଦାବି କରାଯାଇଥାଏ କି, ଏହାକୁ ବ୍ୟବହାର କଲେ ଆପଣ ଘରେ ବସି ମାସିକ ୨୫ ହଜାର ଟଙ୍କା ରୋଜଗାର କରିପାରିବେ।

ବେଷ୍ଟ୍‌ ଫର ଫନ୍‌ ଆପ୍ସ କାଟେଗୋରୀରେ ପ୍ରଥମ ସ୍ଥାନରେ ରହିଛି Ablo ଆପ୍‌। ଏହି ଆପ୍‌ ଜରିଆରେ ଦୁନିଆର ଯେକୌଣସି ସ୍ଥାନରେ ଥିବା ବନ୍ଧୁମାନଙ୍କ ସହ ଆପଣ ନିଜ ଭାଷାରେ କଥା ହେଇପାରିବେ।

ଗୁଗୁଲ ପ୍ଲେ ଷ୍ଟୋରରେ ଆପଣ ଫିଲ୍ମ ମଧ୍ୟ ଡାଉନ୍‌ଲୋଡ୍‌ କରିପାରିବେ। ତେବେ ବେଷ୍ଟ ଫିଲ୍ମ କାଟେଗୋରୀର ପ୍ରଥମ ସ୍ଥାନରେ ରହିଛି Avengers: Endgame। ୟୁଜର୍ସ ଚଏସ୍‌ରେ ମଧ୍ୟ ଏହା ବେଷ୍ଟ ଦର୍ଶାଯାଇଛି।

Comment