ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାମସଙ୍ଗ Galaxy M40 ସ୍ମାର୍ଟଫୋନ ଉପରେ ମିଳୁଛି ୨ ହଜାର ଟଙ୍କାର ରିହାତି। ଏହି ଫୋନ୍‌ ଭାରତରେ ୧୯,୯୯୯ ଟଙ୍କାରେ ଲଞ୍ଚ୍‌ ହୋଇଥିଲା। ବର୍ତ୍ତମାନ ଏହା ୧୭,୯୯୯ ଟଙ୍କାରେ ଇ-କମର୍ସ ସାଇଟ୍‌ ଆମାଜନ ଇଣ୍ଡିଆ ଏବଂ ସାମସଙ୍ଗ୍‌ ଅନ୍‌ଲାଇନ୍‌ ଷ୍ଟୋର୍‌ରେ ମିଳୁଛି। ତେବେ ସ୍ମାର୍ଟଫୋନ୍‌ ଦାମ୍‌ କମିଥିବା ନେଇ କମ୍ପାନି ପକ୍ଷରୁ କୌଣସି ସୂଚନା ଦିଆଯାନାହିଁ।

ସାମସଙ୍ଗ Galaxy M40 ସ୍ମାର୍ଟଫୋନର ସ୍ପେସିଫିକେସନ ଦେଖିବାକୁ ଗଲେ ଏଥିରେ ୬.୩ ଇଞ୍ଚ୍‌ର ଫୁଲ ଏଚ୍‌ଡି ପ୍ଲସ ଡିସ୍‌ପ୍ଲେ ଦିଆଯାଇଛି। ଏହାର ଫ୍ରଣ୍ଟରେ ପଞ୍ଚ୍‌ ହୋଲ୍‌ ସେଲ୍‌ଫି କ୍ୟାମେରା ଦିଆଯାଇଛି। ଏହା ହେଉଛି ୧୬ ମେଗାପିକ୍ସେଲ ବିଶିଷ୍ଟ। ସେହିପରି ରିଅରରେ ୩୨ ମେଗାପିକ୍ସେଲ ପ୍ରାଇମେରୀ କ୍ୟାମେରା ଦିଆଯାଇଛି।

ଏହି ସ୍ମାର୍ଟଫୋନ୍‌ରେ କ୍ୱାଲକମ୍‌ ସ୍ନାପଡ୍ରାଗନ ୬୭୫ ପ୍ରୋସେସର ଦିଆଯାଇଥିବା ବେଳେ ୩,୫୦୦ ଏମ୍‌ଏଏଚ୍‌ର ବ୍ୟାଟେରୀ ରହିଛି।

Comment