ଓଡ଼ିଶାଲାଇଭ୍‌ ବ୍ୟୁରୋ 

ମାଇକ୍ରୋସଫ୍ଟ ଲଞ୍ଚ୍‌ କରିଛି ଏକ ନୂଆ ଆପ୍‌। Windows Insider ପ୍ରୋଗ୍ରାମ ଜରିଆରେ ବର୍ତ୍ତମାନ ଏହି ଆପ୍‌ର ଟେଷ୍ଟିଂ ଚାଲିଛି। ଏହି ଆପ୍‌ ଜରିଆରେ ଏଣିକି Windows କମ୍ପ୍ୟୁଟରରେ ଫୋନ୍‌ ଭଳି ମିଳିବ କଲିଂ ସୁବିଧା। ଏହି ଆପ୍‌ ଜରିଆରେ କମ୍ପ୍ୟୁଟରରେ ଆପଣ କଲ୍‌ କରିବା ସହିତ କଲ୍‌ ରିସିଭ୍‌ ମଧ୍ୟ କରିପାରିବେ। ଏହି ଆପ୍‌ର ନାଁ ହେଉଛି Your Phone।

ଏହି ଆପ୍‌କୁ ଆପଣଙ୍କ ମୋବାଇଲ୍‌ରେ ଇନ୍‌ଷ୍ଟଲ କରିବାକୁ ପଡ଼ିବ। ମୋବାଇଲ ଏବଂ କମ୍ପ୍ୟୁଟରକୁ ଏହି ଆପ୍‌ ଜରିଆରେ ଲିଙ୍କ୍‌ କରି କନେକ୍ଟିଭିଟି ସର୍ଚ୍ଚ ସହିତ କଲିଂ କରାଯାଇରିବେ। ଏହା ବ୍ୟତୀତ ଏହା ଦ୍ୱାରା କମ୍ପ୍ୟୁଟରରେ ଟେକ୍ସ୍‌ଟ ମେସେଜ୍‌ର ସୁବିଧା ମଧ୍ୟ ରହିଛି। କେବଳ ଏତିକି ନୁହେଁ, ଆପଣଙ୍କ ମୋବାଇଲର ନୋଟିଫିକେସନ ମଧ୍ୟ କମ୍ପ୍ୟୁଟରରେ ଦେଖି ପାରିବେ।

ବର୍ତ୍ତମାନ ମେବାଇଲକୁ କମ୍ପ୍ୟୁଟର ସହ ଲିଙ୍କ୍‌ କରିବା ପାଇଁ ଲୋକେ ଥାର୍ଡ ପାର୍ଟି ଆପ୍‌ ବ୍ୟବହାର କରୁଛନ୍ତି। ତେବେ ଏହା ଦ୍ୱାରା ଆପଣଙ୍କ ଡାଟା ସୁରକ୍ଷିତ ନଥାଏ। ତେବେ ମାଇକ୍ରୋସଫ୍ଟ ପକ୍ଷରୁ ତିଆରି ହୋଇଥିବା ଏହି ନୂଆ ଆପ୍‌ରେ ଗ୍ରାହକ ସୁରକ୍ଷିତ ଭାବେ ମୋବାଇଲ ଫୋନ୍‌କୁ କମ୍ପୁଟର ସହ ଲିଙ୍କ୍‌ କରି କଲିଂର ସୁବିଧା ଉଠାଇପାରିବେ।

କିଛି ସମୟ ଧରି କମ୍ପାନି କିଛି ଗ୍ରାହକଙ୍କୁ ନେଇ Your Phone ଆପ୍‌ର ବିଟା ଟେଷ୍ଟିଂ କରିଥିଲା। ବର୍ତ୍ତମାନ ଏହି ଆପ୍‌ ବ୍ୟବହାର ପାଇଁ ପୂରାପୁରି ପ୍ରସ୍ତୁତ ହୋଇସାରିଛି। ମାଇକ୍ରୋସଫ୍ଟ ଏଷନଇ ଟୁଇଟ୍‌ କରି କହିଛି ଷଯ, ଏହି ଫିଚର ବର୍ତ୍ତମାନ ସମସ୍ତଙ୍କ ପାଇଁ ଉପଲବ୍ଧ ହେବ। ସମସ୍ତ ଆଣ୍ଡ୍ରଏଡ୍‌ ୟୁଜର ୱିଣ୍ଡୋଜ୍‌-୧୦ କମ୍ପ୍ୟୁଟରରେ କଲିଂ ସୁବିଧା ପାଇପାରିବେ।

ଯେଉଁ କମ୍ପ୍ୟୁଟର କିମ୍ବା ଲାପ୍‌ଟପ୍‌ରେ ଆପଣ ଆଣ୍ଡ୍ରଏଡ୍‌ ଫୋନ୍‌ ଲିଙ୍କ୍‌ କରିବେ, ତାହା ୱିଣ୍ଡୋଜ୍‌-୧୦ ହୋଇଥିବା ଆବଶ୍ୟକ। ସେହିପରି କମ୍ପ୍ୟୁଟରରେ ବ୍ଲୁଟିଥ୍‌ ସପୋର୍ଟ ମଧ୍ୟ ଥିବା ଦରକାର। ନଚେତ୍‌ ଗ୍ରାହକ ଏହି ସୁବିଧା ପାଇପାରିବେ ନାହିଁ।

Comment