ଓଡ଼ିଶାଲାଇଭ୍ ବ୍ୟୁରୋ

ଜୟପୁର: ଜୟପୁର ସରକାରୀ ମହିଳା ମହାବିଦ୍ୟାଳୟରେ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ଗୁରୁବାର ଉଦଘାଟିତ ହୋଇଯାଇଛି। ୧୨ ଦିନ ଧରି ଚାଲିବାକୁ ଥିବା ଏହି ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିରକୁ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଶିବ ପ୍ରସାଦ ଜେନା ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ନିଜର ସୁରକ୍ଷା ପାଇଁ ଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି।
ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଜେନା କହିଥିଲେ, “ବର୍ତ୍ତମାନ ସମୟରେ ନାରୀମାନଙ୍କ ଉପରେ ହେଉଥିବା ହେଉଥିବା ଅମାନବୀୟ ଆକ୍ରମଣରୁ ସୁରକ୍ଷିତ ରହିବା ପାଇଁ ଆତ୍ମସୁରକ୍ଷା କୌଶଳ ଶିକ୍ଷଣ ନିତ୍ୟାନ୍ତ ଆବଶ୍ୟକ।”

ଗୁରୁବାର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟରେ ଆତ୍ମସୁରକ୍ଷା ଶାଖାର ସଂଯୋଜକ ଅଧ୍ୟାପକ ଆନ୍ଦ୍ରିୟ ଶବର ସ୍ୱାଗତ ଅଭିଭାଷଣ ଦେବା ସହିତ ପରିଚାଳନା କାର୍ଯ୍ୟ ସମ୍ଭାଳିଥିଲେ। ସେହିପରି ଅଧ୍ୟାପକ ବିବେକାନନ୍ଦ ସୁନା, ଅଧ୍ୟାପିକା କନକଲତା ମହାପାତ୍ର ନାରୀ ସୁରକ୍ଷା, ରାଷ୍ଟ୍ର ସୁରକ୍ଷା ଏବଂ ଦେଶର ସୁରକ୍ଷା ଆଦି ପ୍ରସଙ୍ଗରେ ଅବିଭାଷଣ ରଖି ଛାତ୍ରୀମାନଙ୍କୁ ସଚେତନ କରାଇଥିଲେ।
କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଉପସ୍ଥିତ ରହି ଶିବିରକୁ ସଫଳ କରିବା ସହ ଶିବିରାର୍ଥୀ ଓ ଉପସ୍ଥିତି ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।








