ଓଡ଼ିଶାଲାଇଭ୍ ବ୍ୟୁରୋ

୧୯୭୧ରେ ପାକିସ୍ତାନ ହାରିବା ସହ ବାଂଲାଦେଶ ନାମରେ ଏକ ନୂତନ ଦେଶ ଗଢ଼ି ଉଠିଥିଲା।

ପ୍ରତିବର୍ଷ ଡିସେମ୍ବର ୧୬କୁ ଦେଶବ୍ୟାପି ବିଜୟ ଦିବସ ଭାବେ ପାଳନ କରାଯାଏ। ଏହି ଦିବସ ୧୯୭୧ ମସିହାରେ ହୋଇଥିବା ଭାରତ ପାକିସ୍ତାନ ଯୁଦ୍ଧରେ ଭାରତର ବିଜୟକୁ ମନେ ପକାଇବା ପାଇଁ ପାଳନ କରାଯାଏ।

୧୯୭୧ରେ ବାଂଲାଦେଶର ଜନ୍ମ ହୋଇଥିଲା। ପୂର୍ବ ପାକିସ୍ତାନରୁ ବାଂଲାଦେଶ ହେବା ପାଇଁ ଭାରତ ଏକ ମୁଖ୍ୟ ଭୂମିକା ବହନ କରିଥିଲା। ୧୯୪୭ରେ ଭାରତ ପାକିସ୍ତାନର ବିଭାଜନ ପରେ ଗଠନ ହୋଇଥିଲା ପୂର୍ବ ପାକିସ୍ତାନ ଓ ପଶ୍ଚିମ ପାକିସ୍ତାନ। ଭାଷାଗତ ସମସ୍ୟାକୁ ନେଇ ପୂର୍ବ-ପଶ୍ଚିମ ପାକିସ୍ତାନ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଥିଲା।

ସେତେବେଳେ ବାଂଲାଦେଶର ଜନକ କୁହାଯାଉଥିବା ଶେଖ୍ ମୁଜିବୁର ରେହମାନ ୨୫ ମାର୍ଚ୍ଚ ୧୯୭୧ର ମଧ୍ୟ ରାତିରେ ପାକିସ୍ତାନରୁ ବାଂଲାଦେଶର ଲୋକମାନଙ୍କ ସ୍ୱାଧୀନତା ଘୋଷଣା କରିଥିଲେ ଏବଂ ସେବେଠୁ ଆରମ୍ଭ ହୋଇଥିଲା ‘ମୁକ୍ତି ଯୁଦ୍ଧ’। ଏହି ବିଦ୍ରୋହକୁ ଦବେଇବା ପାଇଁ ପାକିସ୍ତାନୀ ସେନା ଆରମ୍ଭ କରିଥିଲା ‘ଅପରେସନ୍‌ ସର୍ଚ୍ଚଲାଇଟ୍‌’।

ପାକିସ୍ତାନର ଏହି ଅପରେସନ୍‌ ଫଳରେ ପୂର୍ବ ପାକିସ୍ତାନର ୧ ଲକ୍ଷ ଲୋକଙ୍କର ହତ୍ୟା କରିଦିଆଯାଇଥିଲା। ସେତେବେଳେ ଭାରତ ମୁକ୍ତି ବାହିନୀ ସେନାକୁ ସମର୍ଥନ କରିଥିଲା। ଶେଷରେ ପାକିସ୍ତାନ ଓ ଭାରତ ଭିତରେ ୧୩ ଦିନ ଘମାସନ ଯୁଦ୍ଧ ହୋଇଥିଲା। ଶେଷରେ ପାକିସ୍ତାନକୁ ଆତ୍ମସମର୍ପଣ କରିବାକୁ ପଡ଼ିଥିଲା। ୧୯୭୧, ଡିସେମ୍ବର ୧୬ରେ ୯୩ ହଜାର ପାକିସ୍ତାନୀ ଆତ୍ମସମର୍ପଣ କରିଥିଲେ। ଏହି ଯୁଦ୍ଧରେ ୩ ହଜାର ୯ ଶହ ଭାରତୀୟ ସୈନ୍ୟ ସହିଦ ହୋଇଥିଲେ। ପାଖାପାଖି ୯ ହଜାର ୮୫୧ ଶହ ସୈନ୍ୟ ଆହତ ହୋଇଥିଲେ।

ଏହି ଯୁଦ୍ଧ ଭାରତ ପାଇଁ ଏକ ଐତିହାସିକ ଯୁଦ୍ଧ ଭାବେ ପ୍ରମାଣିତ ହୋଇଥିଲା।

LEAVE A REPLY

Please enter your comment!
Please enter your name here