ଓଡ଼ିଶାଲାଇଭ୍‌ ବ୍ୟୁରୋ

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ମୟୂରଭଞ୍ଜରୁ ବାହାରିଲେ ୨୪୫ ଜଣ ଯାତ୍ରୀ।

ମୟୂରଭଞ୍ଜ: ଓଡିଶା ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୨୪୫ ଜଣ ବରିଷ୍ଠ ନାଗରିକମାନଙ୍କୁ ନେଇ ୫ଟି ବସ ଯାତ୍ରା ଆରମ୍ଭ କରିଛି। ଏମାନଙ୍କୁ ସହଯୋଗ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ୯ ଜଣିଆ ଟିମ ମଧ୍ୟ ସେମାନଙ୍କ ସାଙ୍ଗରେ ଯାତ୍ରା କରିଛନ୍ତି। ଏହି ବରିଷ୍ଠ ନାଗରିକମାନେ ଉତ୍ତର ଭାରତର ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଛି।

ଗୁରୁବାର ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ପତାକା ଦେଖାଇ ଏହି ବସ ଯାତ୍ରାର ଶୁଭାରମ୍ଭ କରିଥିଲେ। ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ସମସ୍ତ ଯାତ୍ରୀଙ୍କ ପାଇଁ ସୁବନ୍ଦୋବସ୍ତ କରାଯାଇଥିବା କହିଛନ୍ତି ମୟୂରଭଞ୍ଜ ଜିଲ୍ଲାପାଳ।

ବସ୍‌ ଯୋଗେ ଯାଇଥିବା ଏହି ଯାତ୍ରୀମାନେ ଗୁରୁବାର ରାତିରେ ବାଲେଶ୍ୱରରେ ରାତ୍ରିଯାପନ କରିଥିଲେ। ଶୁକ୍ରବାର ସକାଳରେ ବାଲେଶ୍ୱରରୁ ସ୍ପେଶାଲ ଟ୍ରେନ ଯୋଗେ ଉତ୍ତର ଭାରତର ହରିଦ୍ୱାର ଏବଂ ହୃଷିକେଶ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ବିଭିନ୍ନ ତୀର୍ଥସ୍ଥାନ ପରିଭ୍ରମଣ କରି ଆସନ୍ତା ୧୮ରେ ବରିଷ୍ଠ ନାଗରିକମାନେ ମୟୁରଭଞ୍ଜ ଫେରିବାର କାର୍ଯ୍ୟକ୍ରମ ରହିଛି।

Comment