ଓଡ଼ିଶାଲାଇଭ୍ ବ୍ୟୁରୋ

ଦୁଷ୍କର୍ମକାରୀଙ୍କ ପାଇଁ କଡ଼ା ଆଇନ୍ ଆଣିଲେ ଆନ୍ଧ୍ରପ୍ରଦେଶ ସରକାର

ନାରୀମାନଙ୍କ ସମ୍ମାନକୁ ରକ୍ଷା କରିବା ପାଇଁ ଆନ୍ଧ୍ରପ୍ରଦେଶ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଶୁକ୍ରବାର ରାଜ୍ୟ ବିଧାନସଭାରେ‘ଦିଶା ଆକ୍ଟ ୨୦୧୯’ ପାରିତ ହୋଇଯାଇଛି। ଏହି ଆକ୍ଟରେ ଦୁଷ୍କର୍ମ କରୁଥିବା ଅପରାଧୀଙ୍କୁ ୨୧ ଦିନ ଭିତରେ ଦଣ୍ଡ ମିଳିବାର ବ୍ୟବସ୍ଥା ହୋଇଛି।ଶୁକ୍ରବାର ଆନ୍ଧ୍ରପ୍ରଦେଶର ଗୃହମନ୍ତ୍ରୀ ମେକତୋଟି ସୁଚରିତା ଏହି ବିଲକୁ ଗୃହରେ ଆଗତ କରିଥିଲେ। ସେ କହିଥିଲେ,“ହାଇଦ୍ରାବାଦ ଘଟଣା ପରେ ରାଜ୍ୟ ସରକାର ମହିଳାଙ୍କ ସୁରକ୍ଷାକୁ ନେଇ ବେଶ୍ ଚିନ୍ତିତ ଥିଲେ। ତେଣୁ ସରକାରଙ୍କ ତରଫରୁ ଏହି ନୂଆ ବିଲ୍ ଅଣାଯାଇଛି। ଏଥର ମହିଳାଙ୍କୁ ଦୁଷ୍କର୍ମ କରୁଥିବା ଅପରାଧୀମାନଙ୍କୁ କଠିନରୁ କଠିନ ଦଣ୍ଡରେ ଦଣ୍ଡିତ କରାଯିବ।”ଏହି ଆଇନ୍ ଆଧାରରେ ରାଜ୍ୟର ସମସ୍ତ ୧୩ଟି ଜିଲ୍ଲାରେ ଦୁଷ୍କର୍ମ ଓ ଯୌନ ଉତ୍ପୀଡ଼ନ ମାମଲାର ବିଚାର ପାଇଁ ସ୍ୱତନ୍ତ୍ର ଅଦାଲତ ଗଠନ କରାଯିବ। ଏହାସହ ଅପରାଧୀମାନଙ୍କୁ ସେମାନଙ୍କର ଅପରାଧ ପାଇଁ ୧୦ବର୍ଷରୁ ଆରମ୍ଭ କରି ଆଜୀବନ ଦଣ୍ଡାଦେଶ ଏଭଳିକି ମୃତ୍ୟୁଦଣ୍ଡ ଦେବାକୁ ମଧ୍ୟ ନିୟମ କରାଯାଇଛି।

Comment