ଓଡ଼ିଶାଲାଇଭ୍‌ ବ୍ୟୁରୋ

Mo Cycle cycles parked in Bhubaneswar

ରାଜଧାନୀ ଭୁବନେଶ୍ୱରକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ଆଗେଇ ଆସିଛନ୍ତି ଭୁବନେଶ୍ଵର ସ୍ମାର୍ଟ ସିଟି ଲିମଟେଡ୍, ଭୁବେନଶ୍ଵର ଉନ୍ନୟନ କର୍ତ୍ତୃପକ୍ଷ ଓ ଭୁବନେଶ୍ଵର ମହାନଗର ନିଗମା

ପ୍ରଦୂଷଣ ରୋକିବାକୁ ସରକାରୀ ବାବୁଙ୍କ ନିଆରା ପ୍ରୟାସ ଆରମ୍ଭ ହୋଇଛି। ରାଜଧାନୀ ଭୁବନେଶ୍ୱରରେ ପ୍ରଦୂଷଣ କମାଇବାକୁ ଆଗକୁ ଆସିଛନ୍ତି ଭୁବନେଶ୍ୱର ୩ଟି ସରକାରୀ ଅନୁଷ୍ଠାନ।

ଏଣିକି ଭୁବନେଶ୍ଵର ସ୍ମାର୍ଟ ସିଟି ଲିମଟେଡ୍(ବିଏମଏସିଏଲ), ଭୁବେନଶ୍ଵର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ଓ ଭୁବନେଶ୍ଵର ମହାନଗର ନିଗମ(ବିଏମସି)ର ସମସ୍ତ କର୍ମଚାରୀ ପ୍ରତି ଶୁକ୍ରବାର ସାଇକେଲରେ ଅଫିସ ଆସିବେ। ଏହି ଅଭିଯାନ ଆଜିଠୁ ଆରମ୍ଭ ହୋଇଛି।

ପ୍ରତି ଶୁକ୍ରବାର ସାଇକେଲରେ ଅଫିସ ଆସିବାକୁ ବିଡିଏ ଉପାଧ୍ୟକ୍ଷ ଓ ବିଏମସି କମିଶନରଙ୍କ ପକ୍ଷରୁ ନୋଟିସ୍ ଜାରି ହୋଇଥିଲା। ନୋଟିସ ଜାରି ହେବା ପରେ ବିଡିଏ ଓ ବିଏମସି କର୍ମଚାରୀ ଆଜି ସାଇକେଲ ଧରି ଅଫିସ ଆସିଛନ୍ତି । ବିଏମସି କମିଶନର, ଅତିରିକ୍ତ କମିଶନର ଓ ଡେପୁଟି କମିଶନର ମଧ୍ୟ ସାଇକେଲ ଧରି ଅଫିସ ଆସିଛନ୍ତି।

Comment