ଓଡ଼ିଶାଲାଇଭ୍‌ ବ୍ୟୁରୋ

(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ଇକୋ-ରିଟ୍ରିଟ୍‌ ପାଇଁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶନିବାର ଅପରାହ୍‌ଣରେ ଆନୁଷ୍ଠାନିକ ଭାବରେ ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବେ। ପ୍ରଥମଥର ପାଇଁ ରାନ୍‌ ଉତ୍ସବ ଢଙ୍ଗରେ ଆୟୋଜିତ ଏହି କାର୍ଯ୍ୟକ୍ରମ କିପରି ଦେଶବିଦେଶରୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିପାରିବ ସେନେଇ ପର୍ଯ୍ୟଟନ ବିଭାଗ ଦୃଷ୍ଟି ଦେଇଛି।

ଏଠାରେ ଗୋଟିଏ ଦିନପାଇଁ ୯ ହଜାର ଟଙ୍କାରୁ ୨୮ ହଜାର ଟଙ୍କା ପର୍ଯ୍ୟନ୍ତ ବ୍ୟୟକରି ପର୍ଯ୍ୟଟକମାନେ ଏହାର ଲାଭ ନେଇପାରିବେ। ଯେଉଁଥିରେ ସେମାନଙ୍କୁ ସୁସ୍ଵାଦୁ ଖାଦ୍ୟ ସହିତ, ରାତ୍ରିଯାପନ, ବୋଟିଂ, ବିଚ୍‌ ଭଲିବଲ ସହିତ ବିଭିନ୍ନ ସ୍ଥାନକୁ ପରିଭ୍ରମଣର ସୁବିଧା ଓ ସନ୍ଧ୍ୟା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମର ସୁବିଧା ଉପଲବ୍ଧ କରାଇବ ପର୍ଯ୍ୟଟନ ବିଭାଗ।

ଏଠାରେ ୧୬ଟି ଖାଦ୍ୟ ଷ୍ଟଲ ସହିତ ୧୦ଟି ହସ୍ତ ଶିଳ୍ପର ଷ୍ଟଲ ମଧ୍ୟ ହୋଇଛି। ଏହାଛଡ଼ା ସାଧାରଣ ଲୋକମାନେ ମଧ୍ୟ ଏହାର ଲାଭ ଉଠାଇ ପାରିବେ। ଜଣକା ୫୦ ଟଙ୍କା ଦେଇ ଭିତରକୁ ପ୍ରବେଶ କରିପାରିବେ। ସେମାନଙ୍କ ପାଇଁ ବୋଟିଂର ସୁବିଧା ରହିଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଉପଭୋଗ କରିବାର ସୁଯୋଗ ରହିଛି।

Comment